ବହୁଚର୍ଚ୍ଚିତ ପୁଲିସ୍ ଏସ୍ଆଇ ଜାଲିଆତି ଘଟଣାରେ ସିବିଆଇ ୪ ଜଣ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି । ସେମାନେ ହେଲେ ତଫିନ ଅହମ୍ମଦ ଖାନ୍, ବିଶ୍ୱଜିତ୍ ହରିଚନ୍ଦନ, ବିଶ୍ୱରଞ୍ଜନ ବେହେରା ଓ ଲୋକନାଥ ସାହୁ । ଏମାନଙ୍କ ୫ ଦିନ ରିମାଣ୍ଡ ନେବାକୁ ସ୍ପେଶାଲ୍ ସିବିଆଇ କୋର୍ଟରେ ଆବେଦନ କରିଥିଲେ ତଦନ୍ତକାରୀ । କୋର୍ଟ ୩ ଦିନ ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ, ପୋଲିସ ସବ୍-ଇନ୍ସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହେବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ଦୁର୍ନୀତି ମାମଲା ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପିଥିବା ନେଇ ସନ୍ଦେହ ହେବା ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ ସୁପାରିଶ କରିଥିଲେ। ପରେ ସିବିଆଇକୁ ତଦନ୍ତ ଦାୟୀତ୍ବ ଦିଆଯାଇଥିଲା।
