୯୧ ନୁହେଁ, ୩୬ ଜଣଙ୍କ ଦରମା ବନ୍ଦ

କଟକ ପ୍ରଶାସନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖପ୍ପାକୁ ନେଇ ଦରମା ବନ୍ଦ ପ୍ରସଙ୍ଗ। ସାନି ସଂଶୋଧନ ତାଲିକା ଜାରି କରିଛି କଟକ ଜିଲ୍ଲା ପ୍ରଶାସନ। ୯୧ ଜଣଙ୍କ ସ୍ଥାନରେ ପ୍ରଶାସନ ୩୬ ଜଣଙ୍କ ବନ୍ଦ କରିଛି। ବରିଷ୍ଠ ପାହ୍ୟା ଅଧିକାରୀମାନେ ପୂର୍ବ ତାଲିକାରୁ ବାଦ୍‌ ପଡିଛନ୍ତି।ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ସୂଚନା ଦେଇଛନ୍ତି। ଗତକାଲି ପ୍ରକାଶିତ ବିଜ୍ଞପ୍ତି ମୁତାବକ କଟକ ଗ୍ରାମାଞ୍ଚଳ ଏସପି, ସିଏମସି କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ୯୧ ଜଣ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଥିଲା। ଏନେଇ କଟକ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ