ରାଉରକେଲା NIT ତିଆରି କଲା କ୍ୟାନସର ମେଡିସିନ ! ପିପ୍ପଳିରୁ ଭଲ ହେବ କ୍ୟାନ୍ସର

ମସଲା ଜାତୀୟ ପିପଳିରୁ ପ୍ରସ୍ତୁତ ହୋଇଛି କର୍କଟ ରୋଗର ମେଡିସିନ୍ l କୋଲୋନ୍ କର୍କଟ ଏମିତି ଏକ ରୋଗ ଯେଉଁଥିରେ ଶରୀରର ବଡ଼ ଅନ୍ତଃନଳୀରେ କୋଷ ବୃଦ୍ଧି କରି ଟ୍ୟୁମର କରିଥାଏ l ଯାହାକି କର୍କଟ ରୋଗର ଏକ ବଡ଼ କାରଣ lଏନଆଇଟି ରାଉରକେଲାର ଲାଇଫ ସାଇନ୍ସ ବିଭାଗର ରିସର୍ଚ୍ଚ ବିଶେଷଜ୍ଞଙ୍କୁ ମିଳିଲା କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ନୂଆ ଉଦ୍ଭାବନ । ଏକ ତିନି ଜଣିଆ ରିସର୍ଚ୍ଚ ଟିମ କ୍ୟାନ୍ସର ପାଇଁ ରିସର୍ଚ୍ଚ ଜାରି ରଖିଥିବା ବେଳେ ବର୍ତ୍ତମାନ ଏହି ଉଦ୍ଭାବନ ସମ୍ପୂର୍ଣ୍ଣ ମେଡିକାଲ ଏବଂ ବାୟୋ ଟେକ୍ନୋଲୋଜି ବା ଲାଇଫ ସାଇନ୍ସ କ୍ଷେତ୍ରରେ ଚହଳ ପକାଇଛି । NITର ଏହି ମେଡିସିନ୍ ପେସେଣ୍ଟଙ୍କ ଆକ୍ଟିଭ୍ କ୍ୟାନ୍ସର କୋଷ ଗୁଡିକୁ ନଷ୍ଟ କରିଥାଏ ଏବଂ ସୁସ୍ଥ ସେଲ୍ ଗୁଡିକୁ ସୁରକ୍ଷିତ ରଖିଥାଏ ବୋଲି କୁହାଯାଇଛି।ଅନେକ କର୍କଟ ରୋଗୀ କେମୋଥେରାପି ନେଇ ବହୁତ କଷ୍ଟ ପାଇବା ସହ ଖର୍ଚ୍ଚାନ୍ତ ହେଉଛନ୍ତି । କିନ୍ତୁ ଏହି ମେଡ଼ିସିନ୍ ସେ ସବୁରୁ ମୁକ୍ତି ଦେବ ବୋଲି କୁହାଯାଉଛି ।ସାଧାରଣତଃ କ୍ୟାନ୍ସର ହେଲେ ମଣିଷ ଶରୀରରେ କୋଲନ କ୍ୟାନ୍ସର ସେଲ ଲଗାତାର ଭାବରେ ବଢିଥାଏ ଯାହା ଫଳରେ କ୍ୟାନ୍ସର ରୋଗ ଧୀରେ ଧୀରେ ବଢ଼ିଥାଏ । କିନ୍ତୁ ବର୍ତ୍ତମାନ ଏହି ପିପ୍ପଳି ଫଳ ଏବଂ ଏହାର ଗଛର ଚେରରୁ ମିଳୁଥିବା ଆଣ୍ଟିବଡି କ୍ୟାନ୍ସର ରୋଗକୁ ରୋକିବ । କୋଲନ୍ କ୍ୟାନ୍ସର ସେଲ୍ ସହ ଲଢ଼ି ଏହାକୁ ନଷ୍ଟ କରିବ । ଏକ ପରୀକ୍ଷା କରି ରିସର୍ଚ୍ଚ ଟିମ ଏହାକୁ ସଫଳ କରି ଦେଖାଇଛନ୍ତି । ତେବେ ଏହି ଟିମର ମୁଖ୍ୟ ରିସର୍ଚ୍ଚର କହିଛନ୍ତି ଯେ “MTT ଟେଷ୍ଟ ରେ ଏହି “ପାଇପର ଲଙ୍ଗୟୁମାଇନ” ସିଧାସଳଖ କୋଲନ୍ କ୍ୟାନ୍ସର ସେଲ୍ ସହ ଲଢ଼ି ଏହାକୁ ନଷ୍ଟ କରୁଛି । ଗବେଷଣା ପରେ ରାଉରକେଲା NITର ଏହି ଟିମକୁ ବର୍ତ୍ତମାନ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

ଅଧିକ ପଢନ୍ତୁ