୪ ହଜାରରୁ ଊର୍ଦ୍ଧ୍ବ ମନ୍ଦିରର ଆର୍ଥିକ ଅନୁଦାନ ରାଶି ବୃଦ୍ଧି

ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ରାଜ୍ୟ ସରକାର ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି। । ପୂର୍ବାପେକ୍ଷା ଅଢେଇ କୋଟିର ଅଧିକ ଅନୁଦାନ ଯୋଗାଇ ଦେଇଛନ୍ତି ସରକାର।ପୂର୍ବରୁ ଏହା ୫ କୋଟି ଟଙ୍କା ଥିବା ବେଳେ ଏବେ ଏହାକୁ ସାଢ଼େ ୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି । ଦେବୋତ୍ତର କମିଶନଙ୍କ ଅଧୀନରେ ରହିଛି ୧୮ ହଜାରରୁ ଅଧିକ ମନ୍ଦିର । ସେଥିମଧ୍ୟରୁ ୪୧୪୫ ମନ୍ଦିରକୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି ।

ଅଧିକ ପଢନ୍ତୁ