କେ.ଏସ.ବି.ପବ୍ଲିକ ସ୍କୁଲର ୨୫ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଶରଣକୁଳ,(ଓଡ଼ିଶା ଦର୍ପଣ)ଶରଣକୁଳ ଭିକାରୀପଡା ସ୍ଥିତ କେ.ଏସ.ବି ପବ୍ଲିକ ସ୍କୁଲରେ  ଦୁଇଦିନ ଧରି ଚାଲୁ ରହିଥିବା ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ଉଦଯାପିତ ହୋଇଯାଇଛି।ଶୁକ୍ରବାର  ଅନୁଷ୍ଠିତ ଏହି କ୍ରୀଡା ଉତ୍ସବର ଉଦଘାଟନୀ ଉତ୍ସବ ଲଡ଼ୁବାବାଙ୍କ ମନ୍ଦିର ସିଂହଦ୍ୱାରରେ ଅନୁଷ୍ଠିତ ହୋଇଥିଲା ଲ ସ୍କୁଲ ସମ୍ପାଦକ ବରିଷ୍ଠ ଶିକ୍ଷବିତ ପ୍ରଶାନ୍ତ କୁମାର ଦାଶ, କଣ୍ଠଶିଳ୍ପୀ ରବୀନ୍ଦ୍ର ତ୍ରିପାଠୀ,ଅଧ୍ୟକ୍ଷ ନୀଳମାଧଵ ତ୍ରିପାଠୀ,ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ, ରାଜେନ୍ଦ୍ର ତ୍ରିପାଠୀ, ସବିତା ସାହୁ, ସମାଜ ସେବୀ ଜୟ କୃଷ୍ଣ ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ l ସୁନିଲ କୁମାର ବଡ଼ପଣ୍ଡା ଲଡ଼ୁବାବାଙ୍କ ଅଖଣ୍ଡ ଦୀପରୁ ଅଗ୍ନି ଆଣିବା ପରେ ମୁଖ୍ୟ ଅତିଥି ଶ୍ରୀଦାଶ ମଶାଲ ପ୍ରଜ୍ବଳନ କରି କ୍ରୀଡା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ପରେ ପରେ ଏକ ମଶାଲ ଶୋଭାଯାତ୍ରାରେ  ଛାତ୍ରଛାତ୍ରୀମାନେ ବିଦ୍ୟାଳୟର କ୍ରୀଡା ପ୍ରାଙ୍ଗଣରେ ପହଞ୍ଚିଥିଲେ l  ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ କ୍ରମେ କ୍ରୀଡା ପ୍ରତିଯୋଗିତା ଗୁଡିକ ସୁଚାରୁରୂପେ ପରିଚାଳିତ ହୋଇଥିଲା l ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୫୦ମିଟର,୧୦୦ମିଟର, ୨୦୦ ମିଟର,୪୦୦ମିଟର ଦୌଡ,ଲମ୍ବଡିଆଁ, ଉଚ୍ଚଡିଆଁ ,ଧୀର ସାଇକେଲ ଚାଳନା ଜାଭଲିନ ଥ୍ରୋ, ଅଖାଦୌଡ଼,ସର୍ଟପୁଟ, ଦୌଡ଼ିଡିଅଁ। ,ସ୍ପୁନବଲ,ମ୍ୟୁଜିକ ଚେୟାର, ଇତ୍ୟାଦି  ବାଳକ ବାଳିକା ଭିନ୍ନ ଭିନ୍ନ ୨୦ଟି ଖେଳ ପ୍ରତିଯୋଗିତା ହୋଇଥିଲା l ଏଥିରେ ବିଦ୍ୟାଳୟ ରେ ପଢୁଥିବା ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l ଉଦଯାପନୀ ଦିବସ ଅପରାହ୍ନରେ ବିଦ୍ୟାଳୟର ସଭାପତି ମନୋରଞ୍ଜନ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ବେହେରା ମୁଖ୍ୟ ଅତିଥି, ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ l  ପ୍ରଶାନ୍ତ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ  ନୀଳମାଧବ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥଲେ। ପ୍ରତିଯୋଗିତାରେ ଦୁଇଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଅଧିକ ପଢନ୍ତୁ