ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ

ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ଆଗକୁ ନୂଆବର୍ଷ । ତେଣୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ ।ନନ୍ଦନକାନନରେ ଦୌଡ଼ିବ ଚିତା ।  ଆଫ୍ରିକାରୁ ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ ।  ନନ୍ଦନକାନନର ଖୁଆଡ଼ ମଧ୍ୟରେ ପର୍ଯ୍ୟଟକମାନେ ଚିତା ଦେଖିବାର ସୁଯୋଗ ପାଇବେ ।  ନନ୍ଦନକାନନକୁ ଚିତା ଆସିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚିତା ପାଇଁ ନନ୍ଦନକାନନରେ ସ୍ବତନ୍ତ୍ର ଖୁଆଡ଼ ନିର୍ମାଣ ଚାଲିଛି ।ସେଥିପାଇଁ ନୂଆ ଖୁଆଡ଼ ମଧ୍ୟ ନିର୍ମାଣ ହେଉଛି, ଯାହା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଅଦଳବଦଳ ପ୍ରକ୍ରିୟାରେ ଗୁଜୁରାଟରୁ ୪ ପ୍ରଜାତିର ୧୯ଟି ଜୀବଜନ୍ତୁ ଆସୁଛନ୍ତି ।

ଡିସେମ୍ବର ୧୦ରେ ଜନ୍ତୁଗୁଡ଼ିକ ନନ୍ଦନକାନନରେ ପହଞ୍ଚିବେ । ସେଥିମଧ୍ୟରେ ନନ୍ଦନକାନନକୁ ପ୍ରଥମଥର ଆସୁଛନ୍ତି ୫ଟି ପାଣି ଓଧ । ତା’ସାଙ୍ଗକୁ ଭାରତୀୟ ପଥର କଇଁଛ ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଆଗକୁ ଆଉ କିଛି ନୂଆ ଜନ୍ତୁ ଆସିବାର ଯୋଜନା ରହିଛି ।

ଅଧିକ ପଢନ୍ତୁ