ସଞ୍ଚାର ସାଥୀ ଆପ୍କୁ ନେଇ ବିବାଦ ପରେ ମତ ବଦଳାଇଲେ କେନ୍ଦ୍ର ସରକାର । ୟୁଜର୍ସ ମାନେ ଚାହିଁଲେ ଏହି ଆପ୍କୁ ଫୋନରେ ବ୍ୟବହାର କରିପାରିବେ ନଚେତ ଡିଲିଟ କରିପାରିବେ, ଏହା କୌଣସି ପ୍ରକାର ବାଧ୍ୟତାମୂଳକ ଆପ୍ ନୁହଁ ବୋଲି କହିଛନ୍ତି କେନ୍ଦ୍ର ଯୋଗଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଗୋପନୀୟତା ସମସ୍ୟାକୁ ନେଇ ପ୍ରଶ୍ନ ଉଠିବା ପରେ କେନ୍ଦ୍ରମନ୍ତ୍ରୀ ଏପରି ବୟାନ ଦେଇଛନ୍ତି ।ସାଇବର ସୁରକ୍ଷା ପାଇଁ କେନ୍ଦ୍ର ସରକାର ନୂତନ ହ୍ୟାଣ୍ଡସେଟରେ ସଞ୍ଚାର ସାଥୀ ଆପ୍ ପ୍ରି-ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଥିଲା ଦୂରସଂଚାର ମନ୍ତ୍ରଣାଳୟ । ମୋବାଇଲ୍ ଫୋନର ପ୍ରାମାଣିକତା ସୁନିଶ୍ଚିତ କରିବା ପାଇଁ, ସମସ୍ତ ମୋବାଇଲ୍ ନିର୍ମାଣକାରୀ କମ୍ପାନୀଗୁଡ଼ିକୁ ଏହି ନିର୍ଦ୍ଦେଶ ଦିଆଯାଇଥିଲା ।
ଭାରତରେ ମୋବାଇଲ୍ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଅନଲାଇନ୍ ଠକେଇକୁ ରୋକିବା ପାଇଁ, ଦୂରସଂଚାର ବିଭାଗ (DoT) ଏକ ନୂତନ ନିର୍ଦ୍ଦେଶ ଜାରି କରିଥିଲା । ଏହି ନିର୍ଦ୍ଦେଶ ଅନୁଯାୟୀ, ଭାରତରେ ନିର୍ମିତ କିମ୍ବା ବିଦେଶରୁ ଆମଦାନି ହେଉଥିବା ପ୍ରତ୍ୟେକ ନୂତନ ସ୍ମାର୍ଟଫୋନ୍ରେ ଏବେ ସଞ୍ଚାର ସାଥୀ ଆପ୍ ପୂର୍ବରୁ ଇନଷ୍ଟଲ ହୋଇ ରହିବ । ସମସ୍ତ ମୋବାଇଲ୍ ନିର୍ମାତାଙ୍କୁ ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା । ଯାହାପରେ ବିବାଦ ତେଜିବାରୁ ସରକାର ନିଜ ନିଷ୍ପତ୍ତି ବଦଳାଇଛନ୍ତି ।
