ଆଜିଠୁ ପୁଣି ବଢ଼ିବ ଶୀତ ପ୍ରକୋପ

ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ । ଶନିବାର ଯାଏ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।ଆସନ୍ତା 24 ଘଣ୍ଟାରେ ଘନ କୁହୁଡି ପାଇଁ 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୭ ତାରିଖ ରାତିରେ ମଧ୍ୟ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ତାପମାତ୍ରା ଆଉ ୧ ଡିଗ୍ରୀ କମିପାରେ । କିନ୍ତୁ ୮ ତାରିଖ ରାତିରେ ବହୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିବ । ୯ ତାରିଖରୁ ପୁଣି ତାପମାତ୍ରା ଖସିବ ଓ ଶୀତ ଜାରି ରହିବ । ୫ ଓ ୯ ତାରିଖରେ ଘନ କୁହୁଡ଼ି ଦେଖାଦେବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ, ଆଜି (ଗୁରୁବାର) କନ୍ଧମାଳର ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହେବ । କନ୍ଧମାଳରେ 9 ଡିଗ୍ରୀ ସେଲସିୟସ ତାପମାତ୍ରା ରହିବାର ସମ୍ଭାବନା ଅଛି ।

ଅଧିକ ପଢନ୍ତୁ