ଆଜି ଭାରତୀୟ ନୌସେନା ଦିବସ

ଆଜି ଭାରତୀୟ ନୌସେନା ଦିବସ। ୧୯୭୧ ପାକିସ୍ତାନ ବିରୋଧୀ ଯୁଦ୍ଧରେ ନୌସେନାର ସଫଳତାକୁ ସ୍ମାରକୀ ଭାବେ ନୌସେନା ଦିବସ ପାଳନ କରାଯାଉଛି। ଭାରତୀୟ ନୌସେନା ବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ଏକ ବିଶେଷ ଦିନ। ଭାରତ ଏବଂ ପାକିସ୍ଥାନ ମଧ୍ୟରେ ୧୯୭୧ ଯୁଦ୍ଧରେ ଭାରତୀୟ ନୌସେନାର ଅବିସ୍ମରଣୀୟ ବିଜୟରକୁ ସ୍ମରଣ କରିବା ସହ ଉକ୍ତ ଯୁଦ୍ଧରେ ଶହୀଦ ହୋଇଥିବା ସମସ୍ତ ନୌସେନା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ସେନା ଦିବସ ପ୍ରତିବର୍ଷ ପାଳନ କରାଯାଏ । ଏହି ଯୁଦ୍ଧରେ ଭାରତୀୟ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସାମୁଦ୍ରିକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଏ !୪ ଡିସେମ୍ବର ୧୯୭୧ ମସିହାରେ ଆରମ୍ଭ ହୋଇଥିଲା ଅପରେସନ ଟ୍ରାଇଡେଣ୍ଟ। ଏଥିରେ ଆଇଏନଏସ ନିପଟ, ଆଇଏନଏସ ନିର୍ଘାତ ଓ ଆଇଏନଏସ ବୀର ପରି ଅତ୍ୟାଧୁନିକ ଲଢୁଆ ମିସାଇଲ ବୋଟର ବ୍ୟବହାର କରାଯାଇଥିଲା। ଭାରତୀୟ ନୌସେନା କରାଚି ପୋର୍ଟ ଉପରେ ରାତି ସମୟରେ ଆକ୍ରମଣ କରିଥିଲା। କରାଚି ପୋର୍ଟର ୩ ଯୁଦ୍ଧ ଜାହାଜକୁ ନଷ୍ଟ କରିଦେଇଥିଲା ଭାରତୀୟ ଯୁଦ୍ଧ ଜାହାଜ। ଏହାସହ ଗୋଟିଏ ତେଲ ଡିପୋ ଓ ଅନ୍ୟ ମୁଲ୍ୟବାନ ସମଗ୍ରୀରେ ନିଆଁ ଲଗାଇ ଦେଇଥିଲେ। ଆକ୍ରମଣରେ ପାକିସ୍ଥାନର ପ୍ରାୟ ୭ ଶହ କୋଟିର କ୍ଷତି ହୋଇଥିଲା। ଅପରେସନ ଟ୍ରାଇଡେଣ୍ଟର ସଫଳତା ସ୍ମୃତିରେ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳିତ ହୁଏ। ଏହା ଭାରତୀୟ ନୌସେନାର ଶକ୍ତି, ସାହସ ଓ ପରାକ୍ରମର ପ୍ରତୀକ।

ଅଧିକ ପଢନ୍ତୁ