ରାଜ୍ୟରେ ଗଡୁଛି ୨ ଲକ୍ଷ ୧୯ ହଜାର ୬୭୭ଟି ଇଭି ଗାଡି । ସରକାରୀ ବିଭାଗ ଓ ସଂସ୍ଥାରେ ଏବେ ସୁଦ୍ଧା ୬୮୦ଟି ଇଭି ଗାଡି କିଣା ଯାଇଛି । ୩୪୦ କୋଟିରୁ ଅଧିକ ଟଙ୍କାର ସବ୍ସିଡି ଦେଇଛନ୍ତି ସରକାର । ୩୪୦ କୋଟି ୯୫ ଲକ୍ଷ ୭୫ ହଜାର ୪୮୧ ଟଙ୍କାର ସବିସିଡି । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ୧୨ଟି ଇଭି ଚାର୍ଜିଂ ଷ୍ଟେସନ ବସାଇଛନ୍ତି ସରକାର । ଏନେଇ ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଅନ୍ୟପଟେ ଲଘୁ ଖଣିଜ ଲୁଟ ନେଇ ବିଧାନସଭାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଲିଖିତ ଉତ୍ତର ରଖିଛନ୍ତି । ୨୦୨୨ରୁ ଅକ୍ଟାବର ୨୦୨୫ ମଧ୍ୟରେ ୧୨୬ କୋଟି ଜରିମାନା ଆଦାୟ କରାଯାଇଛି । ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଆଦାୟ ହୋଇଛି ୬୫୫ କୋଟିର ରାଜସ୍ୱ । ଚୋରା ଚାଲାଣ ପାଇଁ ୩୦ ଜିଲ୍ଲାରେ ୧୫, ୧୮୭ ଧରପଗଡ ହୋଇଛି । ୩୧୧୯ ମାମଲା ରୁଜୁ ହୋଇଛି । ୧୨୬ କୋଟି ୫୧ ଲକ୍ଷ ୭୮ ହଜାର ଜରିମାନା ଆଦାୟ କରାଯାଇଛି । ସର୍ବାଧିକ ବାଲି ଚୋରି ହେଉଥିବା ୧୧ ସମ୍ବେଦନଶୀଳ ତହସିଲ ଚିହ୍ନଟ ହୋଇଛନ୍ତି । ଧର୍ମଶାଳା, ଝାରସୁଗୁଡା, ପିପିଲି, ଟାଙ୍ଗୀ, ମାର୍ଶାଘାଇ, ବାରଙ୍ଗ, କଣିହାଁ, ଜଳେଶ୍ୱର ହିନ୍ଦୋଳ, ପୁରୁଷୋତ୍ତମପୁର, ରଘୁନାଥପୁରରେ ସବୁଠାରୁ ଅଧିକ ଲଘୁ ଖଣିଜ ଚୋରି ।
