ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇ ମୌନ ପ୍ରତିବାଦ କଲେ ଉଭୟ କଂଗ୍ରେସ ଓ ବିଜେଡି

ବିଧାନସଭାରେ କ୍ଷମା ମାଗିବେ ନୀଳଗିରି ବିଧାୟକ । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିଶ୍ରୁତି ପରେ ଗୃହ କାର୍ଯ୍ୟକୁ ଫେରିଲେ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ । ଗୃହରେ ବିଜେପି ବିଧାୟକ ସନ୍ତୋଷ ଖୁଣ୍ଟିଆଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିରୋଧ । ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ମୌନ ପ୍ରତିବାଦ । ବିଧାୟକଙ୍କ ଅପତ୍ତିଜନକ ମନ୍ତବ୍ୟକୁ ନେଇ ପ୍ରତିବାଦ ।ପରେ ବାଚସ୍ପତି ବିଧାୟକ ସନ୍ତୋଷ ଖଟୁଅ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ ଦେଇଥିଲେ । କିନ୍ତୁ ଏହା ସତ୍ତ୍ବେ ବିରୋଧୀ ପ୍ରତିବାଦ କରିବା ସହ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ ପାଇଁ ବିଜେପି ବିଧାୟକ ସନ୍ତୋଷ ଖଟୁଆ ରାଜ୍ୟବାସୀଙ୍କ ପାଖରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜେଡି ।

ଅଧିକ ପଢନ୍ତୁ