ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର ଟିକେଟ ମୂଲ୍ୟ ଆକାଶଛୁଆଁ ହୋଇଛି। ଏହି ସମୟରେ, କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଯାହା ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।। ବିମାନ କମ୍ପାନୀଗୁଡ଼ିକର ମନଇଚ୍ଛା ଟିକେଟ ବୃଦ୍ଧି ଉପରେ ବ୍ରେକ୍ ଲଗାଇଛନ୍ତି। ସରକାର ତ୍ଵରିତ ଭାବେ ଅଧିକତମ ଭଡ଼ା ସୀମା(କେୟାର କ୍ୟାପ) ଲାଗୁ କରିଛନ୍ତି। ସରକାରଙ୍କ ନିର୍ଦେଶ ଅନୁସାରେ, ୫୦୦ରୁ ୧ ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ଯାତ୍ରା ଲାଗି ବିମାନ ଭଡ଼ା ସର୍ବାଧିକ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ।
ସେହିପରି ୧୦୦୦ରୁ ୧୫୦୦ କିମି ପାଇଁ ସର୍ବାଧିକ ୧୫ ହଜାର ଏବଂ ୧୫୦୦ କିଲୋମିଟରରୁ ଅଧିକ ଦୂର ଯାତ୍ରା ପାଇଁ ସର୍ବାଧିକ ୧୮ ହଜାର ଟଙ୍କା ଟିକେଟ ଦର ଧାର୍ଯ୍ୟ କରାଯାଇଛି। ଦେଶ ଭିତରେ ଯାତ୍ରା ପାଇଁ ଏହି ଦର ଲାଗୁ ହେବ। ଅନ୍ୟପଟେ ପ୍ରଭାବିତ ବିମାନ ଯାତ୍ରୀଙ୍କୁ ରିଫଣ୍ଡ ନେଇ ଇଣ୍ଡିଗୋର ସୂଚନା। ସୂଚନା ଦେଇ ଇଣ୍ଡିଗୋ କହିଛି ଯେ ରିଫଣ୍ଡ ସ୍ୱୟଂଚାଳିତ ଭାବେ ଯାତ୍ରୀଙ୍କୁ ମୂଳ ପେମେଣ୍ଟ ମାଧ୍ୟମରେ ଫେରିବ। ବୁକିଂଗୁଡିକର ସମସ୍ତ ବାତିଲ/ପୁନଃନିର୍ଦ୍ଧାରଣ ପୂର୍ଣ୍ଣ ଛାଡ ପ୍ରଦାନ କରିବ। ୫ ଡିସେମ୍ବରଠାରୁ ୧୫ ଡିସେମ୍ବର ମଧ୍ୟରେ ଯାତ୍ରୀ ପାଇଁ ଛାଡ କରିବୁ। ସୃଷ୍ଟି ହୋଇଥିବା ଅସୁବିଧା ପାଇଁ ଆମେ ଗଭୀର ଭାବେ ଦୁଃଖିତ।ଇଣ୍ଡିଗୋ କହିଛି ଯେ ସ୍ୱାଭାବିକ ସେବା ପୁନଃସ୍ଥାପିତ କରିବା ପାଇଁ ଦ୍ରୁତ ଗତିରେ କାମ କରୁଛୁ। କମ୍ପାନୀର ଦଳ ନିରନ୍ତର ସମୟସୂଚୀ ସ୍ଥିର କରିବା, ବିଳମ୍ବକୁ କମ କରିବା ଏବଂ ଯାତ୍ରୀମାନଙ୍କୁ ସହାୟତା କରିବା ଉପରେ ଧ୍ୟାନ ଦେଉଛି।
