ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ମୃତ୍ୟୁ

ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ମୃତ୍ୟୁ। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଚିଙ୍ଗୁଡ଼ିପୁର କେନାଲ ଛକ ଠାରେ ସଡ଼କ ଦୁର୍ଘଟଣାରେ ଗୁରୁ ପୃଷ୍ଟିଙ୍କ ପ୍ରାଣହାନି ଘଟିଛି । ଧାମନଗର ବ୍ଲକ ଷେଣ୍ଢପୁରରେ ସକଳ ତୀର୍ଥ ତୋ ଚରଣେ ନାଟକ ଅଭିନୟ କରିଥାନ୍ତେ ଗୁରୁ ପୃଷ୍ଟି। ଯାତ୍ରା ଇନ୍ଦ୍ରଭୁବନରେ କାର୍ଯ୍ୟ କରୁଥିଲେ ଗୁରୁ ପୃଷ୍ଟିଙ୍କ ।ସୂଚନା ଅନୁସାରେ, ଥିଏଟରରୁ ନିଜର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ଗୁରୁ । ଇଂ ଆଶୁତୋଷ ମହାପାତ୍ରଙ୍କ ‘ବଡ଼ ଦାଣ୍ଡର ଭିକାରୀ’ ନାଟକ ତାଙ୍କୁ ଯାତ୍ରା ଦୁନିଆରେ ବେଶ୍ ପରିଚୟ ଦେଇଥିଲା । ଖୁବ କମ୍‌ ବୟସରେ ସମସ୍ତଙ୍କ ମନ ଜିଣିଥିଲେ ଗୁରୁ ପୃଷ୍ଟି । ଯାତ୍ରା ପେଣ୍ଡାରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିଲେ। ଏକାଧିକ ଯାତ୍ରା ପାର୍ଟିରେ କାମ କରିଥିଲେ ଗୁରୁ ପୃଷ୍ଟି। ଯାତ୍ରା ଜଗତରେ କମେଡି ଷ୍ଟାର ଭାବେ ଜଣାଶୁଣା ଗୁରୁ।୨୦୧୯ରେ ଯାତ୍ରାରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା । ପରେ ସେ କେବେ ପଛକୁ ଚାହିଁନଥିଲେ ।

ଅଧିକ ପଢନ୍ତୁ