ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣହରାଇବା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦବେଗ। ସେ ନିଜର ସୋସିଆଲ୍ ମିଡିଆ ‘ଏକ୍ସ’ରେ କହିଛନ୍ତି, ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣହରାଇବା ଘଟଣା ଅତ୍ୟନ୍ତ ହୃଦୟବିଦାରକ। ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ଜୀବନରୁ ମାରିଦେବା ପାଇଁ ପୂର୍ବରୁ ଧମକ ମିଳିଥିବା ନେଇ ପରିବାର ଲୋକେ କହିବା ପରେ ବି ସରକାରଙ୍କ ନିଷ୍କ୍ରିୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସରକାର କେତେ ଆଉ ନିରୀହ ଜୀବନ ଏପରି ଜଳିବାକୁ ଛାଡ଼ିଦେବେ? ଓଡ଼ିଶାରେ ବଢୁଥିବା ଏହିପରି ଘଟଣାକୁ ରୋକିବା ଦିଗରେ ସରକାରଙ୍କ ଉଦାସୀନତା ଅପରାଧୀଙ୍କ ସାହସ ବଢ଼ାଉଛି।ସରକାର କେତେ ଆଉ ନିରୀହ ଜୀବନ ଏପରି ଜାଳିବାକୁ ଛାଡିଦେବେ ବୋଲି ପ୍ରଶ୍ନ କରିଛନ୍ତି? ଲୋକେ ଅସୁରକ୍ଷିତ ହେଉଛନ୍ତି, ଅପରାଧମାନେ ଖୁଲମଖୁଲା ବୁଲୁଛନ୍ତି । ସରକାର କାହାକୁ ସୁରକ୍ଷା ଦେଉଛନ୍ତି? ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ସଜାଡିବା ଦିଗରେ ସରକାର କଠୋର ହୁଅନ୍ତୁ । ଲୋକଙ୍କୁ ନ୍ୟାୟ ମିଳୁ, ଅପରାଧୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସୂଚନାମୁତାବକ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ମୃତ୍ୟୁ ସହ ସଂଘର୍ଷ କରୁଥିବା କଲେଜ ଛାତ୍ରୀଙ୍କର ଗତକାଲି ରାତି ପ୍ରାୟ ଗୋଟାଏ ମୃତ୍ୟୁ ହୋଇଯାଇଛି l ତାଙ୍କ ଶବକୁ ମର୍ଗ ହାଉସରେ ରଖା ଯାଇଛି l ଶବ ବ୍ୟବଚ୍ଛେଦ ପରେ ଆଜି ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି l ଛାତ୍ରୀଙ୍କ ମୃତ୍ୟୁ ନେଇ ରାଜଗାଙ୍ଗପୁରରେ ଶୋକର ଛାୟା ଖେଳି ଯାଇଛି l
