2025 ସର୍ଚ୍ଚ ରିକ୍ୟାପ୍ ଭଳି ପ୍ରତିବର୍ଷ ଗୁଗଲ୍ ବର୍ଷ ସରିବା ପୂର୍ବରୁ ଏକ ତାଲିକା ଜାରି କରେ । ଏଥର ମଧ୍ୟ ଆସିଛି ବହୁ ପ୍ରତୀକ୍ଷିତ ଗୁଗଲ୍ ବର୍ଷର ସର୍ଚ୍ଚ ତାଲିକା । ଗୁଗଲ୍ର ଏହି ତାଲିକାରେ 2025 ମସିହାରେ ମନୋରଞ୍ଜନ, କ୍ରୀଡା, ଜୀବନଶୈଳୀ, ଗେମିଂ ଏବଂ ରାଜନୀତି ଜଗତରେ ସର୍ବାଧିକ ସର୍ଚ୍ଚ ହୋଇଥିବା ନାମ ଜାରି ହୋଇଛି ।ଚଳିତ ବର୍ଷ ସର୍ବୋତ୍ତମ ଟ୍ରେଣ୍ଡିଂ ସର୍ଚ୍ଚରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଶୀର୍ଷରେ ରହିଛି । କ୍ରିକେଟ୍ ହେଉଛି ଭାରତର ହୃଦସ୍ପନ୍ଦନ ଏବଂ ଏହାର ପ୍ରଭାବ ଏହି ତାଲିକାରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ଦ୍ବିତୀୟ ସର୍ବାଧିକ ସର୍ଚ୍ଚ ହୋଇଥିବା ଶବ୍ଦ ହେଉଛି “ଜେମିନି”, ଯାହା ଦର୍ଶାଏ ଯେ AI ଲୋକଙ୍କ ଦୈନନ୍ଦିନ କଥାବାର୍ତ୍ତା ଏବଂ କାର୍ଯ୍ୟକଳାପର ଏକ ଅଂଶ ପାଲଟିଯାଇଛି । ଲୋକେସନ ଉପରେ ଆଧାରିତ ସର୍ଚ୍ଚରେ ଲୋକେ ଅଧିକାଂଶ କୌଣସି ଜରୁରୀକାଳୀନ ସ୍ଥିତି, କୌଣସି ସୂଚନା ଆଦି ଉପରେ ସର୍ଚ୍ଚ କରିଥାନ୍ତି । 2025ରେ ଲୋକେ Earthquake updates, AQI levels, Pickleball ଓ Saiyaara movie ଆଦି ଅଧିକ ସର୍ଚ୍ଚ କରିଛନ୍ତି ।
