ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ ନଭଜୋତ କୌର ସିଦ୍ଧୁ ସୋମବାର କଂଗ୍ରେସରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ନଭଜୋତ ଦଳ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି।ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ ନେତ୍ରୀ ନବଜୋତ କୌର ସିଦ୍ଧୁଙ୍କୁ ଦଳର ରାଜ୍ୟ ୟୁନିଟ୍ ତୁରନ୍ତ ନିଲମ୍ବନ କରିଛି। ନଭଜୋତଙ୍କ ଏପରି ମନ୍ତବ୍ୟ କଂଗ୍ରେସର ଭିତିରି କଥାକୁ ପଦାରେ ପକାଇଛି ବୋଲି ଚର୍ଚ୍ଚା ହେଉଛି।କୌଣସି କାରଣ ନ ଦର୍ଶାଇ କଂଗ୍ରେସ ତାଙ୍କୁ ନିଲମ୍ବନ କରିଥିଲେ ମଧ୍ୟ, ଏହି ମନ୍ତବ୍ୟ ପରେ ବିରୋଧୀ ଦଳମାନେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଭାଜପା ମୁଖପାତ୍ର ଏହାକୁ କଂଗ୍ରେସରେ “ସଂସ୍ଥାଗତ ଦୁର୍ନୀତି”ର ପ୍ରମାଣ ବୋଲି କହିଥିବାବେଳେ, ପଞ୍ଜାବ ଭାଜପା ମୁଖ୍ୟ ସୁନୀଲ ଜାଖଡ଼ ପୂର୍ବରୁ କଂଗ୍ରେସର ଜଣେ ମୁଖ୍ୟମନ୍ତ୍ରୀ ୩୫୦ କୋଟି ଟଙ୍କା ଦେଇ ପଦ ପାଇଥିବା କଥା ଶୁଣିଥିବା ଅଭିଯୋଗ କରିଥିଲେ। ଏହି ବିବାଦ ପରେ ପଞ୍ଜାବ କଂଗ୍ରେସରେ ଆଭ୍ୟନ୍ତରୀଣ ଅଶାନ୍ତି ପୁଣି ଥରେ ତେଜିଛି।

ଅଧିକ ପଢନ୍ତୁ