ଯାଜପୁର ଟାଉନ୍ ଥାନାରେ ଭିଜିଲାନ୍ସ ବିଭାଗର ଚଢ଼ାଉ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ବାବୁ । ଜମିଜମା ବିବାଦର ସମାଧାନ ପାଇଁ ଲାଞ୍ଚ ନେବା ବେଳେ ଯାଜପୁର ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଯାଜପୁର ଟାଉନ ଥାନା ଏଏସଆଇ ନନ୍ଦ କିଶୋର ଦାସ । ଅଭିଯୁକ୍ତ ଏଏସଆଇଙ୍କୁ ଗିରଫ କରିଛି ଯାଜପୁର ଭିଜିଲାନ୍ସ ବିଭାଗ । ଆଜି ଯାଜପୁର ଭିଜିଲାନ୍ସ ଡିଏସପି ସୁଶୀଲ ଇକାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଯାଜପୁର ଥାନାରେ ଚଢ଼ାଉ କରି ଏଏସଆଇଙ୍କୁ ଟଙ୍କା ନେଉଥିବା ସମୟରେ ଧରି ପକାଇଥିଲେ । ପରେ ତାଙ୍କୁ ଗିରଫ କରିଛନ୍ତି ।
