ଆଜି ବାରବାଟୀରେ ବିଗ ଫାଇଟ…ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ ଦର୍ଶକ । ପିଚ, ପଡିଆ, ଗ୍ୟାଲେରୀ ଓ ଭିଭିଆଇପି ଷ୍ଟାଣ୍ଡ ସବୁ ପ୍ରସ୍ତୁତ । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ । ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି କ୍ୟାପଟେନ୍ ସୂର୍ଯ୍ୟ କୁମାର ଯାଦବ କହିଥିବା ବେଳେ, ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ କହିଛନ୍ତି ସେମାନେ ବି ଭାରତକୁ କଡ଼ା ଟକ୍କର ଦେବେ। ଘରୋଇ ବାରବାଟୀରେ କିନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତର ପ୍ରଦର୍ଶନ ଭଲ ନାହିଁ। ପୂର୍ବରୁ ଏଠାରେ ଭାରତ -ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି। ହେଲେ ସବୁ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସପକ୍ଷରେ ଯାଇଛି । ଏଠାରେ କେବଳ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଟି-ଟ୍ବେଣ୍ଟି ମ୍ୟାଚ୍ ଜିତି ପାରିଛି ଭାରତ । କିନ୍ତୁ ବର୍ତ୍ତମାନର ଟିମ ଇଣ୍ଡିଆ ପୂର୍ବ ଭଳି ନାହିଁ। ଟି-ଟ୍ବେଣ୍ଟି ଫର୍ମାଟରେ ଟିମ ଇଣ୍ଡିଆ ବେଶ ଶକ୍ତିଶାଳୀ। ବାରବାଟୀରେ ଟସ୍ ଏକ ନିର୍ଣ୍ଣାୟକ ଭୂମିକା ନେବ। ବାରବାଟୀରେ ଜୋରଦାର ଫାଇଟ୍ ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍।
