ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି। ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ଖେଳାଳି ମଙ୍ଗଳବାର ସକାଳୁ ପୁରୀ ଯାଇଛନ୍ତି।କ୍ୟାପଟେନ ସୂର୍ଯ୍ୟକୁମାରଙ୍କ ସହ ଅଛନ୍ତି ତାଙ୍କ ପତ୍ନୀ। ତିଲକ ବର୍ମା, ୱାଶିଂଟନ ସୁନ୍ଦର ଓ ହାର୍ଦ୍ଦିକ ପାଣ୍ଡ୍ୟା ପୁରୀ ଗସ୍ତରେ ଜଗା ଦର୍ଶନ ପାଇଁ ଯାଇଛନ୍ତି । ଶ୍ରୀମନ୍ଦିରରେ ମହାପପ୍ରଭୁଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ଆଜି ସଂଧ୍ୟା ୭ଟାରେ ମ୍ୟାଚ ଆରମ୍ଭ ହେବ। ପ୍ରଥମ ଥର ପାଇଁ ରେଡ ମଡ ପିଚ ପ୍ରସ୍ତୁତ ହୋଇଛି। ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ହେବ । ଟେଷ୍ଟ ସିରିଜ ହାରିବା ପରେ ଭାରତ ଦିନିକିଆ ସିରିଜରେ ବିଜୟୀ ହୋଇ ପ୍ରତିଶୋଧ ନେଇଥିଲା । ଏବେ ଟି-୨୦ ସିରିଜ୍ ଅଭିଯାନ ବାରବାଟୀ ବିଜୟରୁ ଆରମ୍ଭ କରିବାକୁ ଟିମ୍ ଇଣ୍ଡିଆ ଜୋରଦାର ପ୍ରସ୍ତୁତି କରିଛି ।
