ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ ବୃଦ୍ଧି ହେବ ପେନସନ

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ ବୃଦ୍ଧି ହେବ ପେନସନ । ଆଜି ଗୃହରେ ସଂସଦୀୟ ବ୍ୟପାର ମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ କରିବେ । ପୂର୍ବରୁ ଏହାରି ଉପରେ କେତେ ଆଲୋଚନା ଓ ଦାବି ହୋଇ ଆସୁଥିଲା । କିନ୍ତୁ ଆଜି ତାହା କାର୍ଯ୍ୟକାରୀ ହେବାକୁ ଯାଉଛି । ବର୍ତ୍ତମାନ ବିଧାୟକଙ୍କ ଦରମା ୯୯ ହଜାର ଟଙ୍କା ରହିଛି । ଦରମା ଏବଂ ଭତ୍ତା ବାବଦକୁ ନେଇ ବିଧାୟକମାନେ ୯୯ ହଜାର ଟଙ୍କା ପାଉଛନ୍ତି । ତେବେ ଏହାକୁ ଯଦି ସଂଶୋଧନ କରି ଲାଗୁ କରାଯାଏ, ତାହାହେଲେ ବିଧାୟକଙ୍କ ଦରମା ଅଢେଇ ଲକ୍ଷ ଟଙ୍କା ହୋଇପାରେ । ପୂର୍ବତନ ବିଧାୟକ ଯେଉଁମାନେ ପେନସନ ପାଉଛନ୍ତି ସେମାନେ ୭୦ ହଜାର ଟଙ୍କା ପାଇବେ ବୋଲି ସୂଚନା ମିଳିଛି ।

ଅଧିକ ପଢନ୍ତୁ