ପୀତବାସ ପଣ୍ଡା ହତ୍ୟା ମାମଲାରେ କେସ୍ ଡାଏରୀ ଦାଖଲ

ପୀତବାସ ପଣ୍ଡା ହତ୍ୟା ମାମଲାରେ କେସ୍ ଡାଏରୀ ଦାଖଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକ । ଆସନ୍ତା ୧୨ରେ ବିକ୍ରମ ଓ ଅନ୍ୟ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ହେବ । ପୂର୍ବରୁ ଜାମିନ ଆବେଦନ ଖାରଜ କରିଥିଲେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ଆବେଦନ କରାଯାଇଥିଲା । ଜିଲ୍ଲା ଦୌରା ଜଜ୍ କୋର୍ଟରୁ ଏଡିଜେ-୩କୁ ମାମଲା ସ୍ଥାନାନ୍ତରିତ ହୋଇଛି ।

ଅଧିକ ପଢନ୍ତୁ