ନିଶାଙ୍କ ପାଇଁ ଉଡ଼ିଲା ଚେୟାର । କୋରାପୁଟ ଲକ୍ଷ୍ମୀପୁରରେ ନିଶା ମହାରଣାଙ୍କ ପାଇଁ ତୁମୁଳକାଣ୍ଡ । ନିଶାଙ୍କୁ ପ୍ରଶାସନ ଅନୁମତି ନଦେବାରୁ ଭଙ୍ଗାରୁଜା । ଖାଲି ଭଙ୍ଗାରୁଜା ନୁହେଁତ ପେଣ୍ଡାଲ ଉପରକୁ ଚେୟାର ଫିଙ୍ଗିଲେ ଦର୍ଶକ । ଉତ୍ତେଜନା ଓ ଗଣ୍ଡଗୋଳ ଯୋଗୁ ଅଧାରୁ ବନ୍ଦ ହେଲା ଯାତ୍ରା ।ତେବେ ଏହି ସମୟରେ ନିଶା ମହାରଣା ଲକ୍ଷ୍ମୀପୁରରେ ଉପସ୍ଥିତ ଥିଲେ। ପ୍ରଶାସନର କଟକଣା ପରେ ଉତ୍ତେଜନା ଦେଖାଦେଇଥିବା ସୂଚନା ମିଳିଛି। ।ତେବେ ଏହି ସମୟରେ ନିଶା ମହାରଣା ଲକ୍ଷ୍ମୀପୁରରେ ଉପସ୍ଥିତ ଥିଲେ । ପ୍ରଶାସନର କଟକଣା ପରେ ଉତ୍ତେଜନା ଦେଖାଦେଇଥିବା ସୂଚନା ମିଳିଛି। ଲକ୍ଷ୍ମୀପୁରରେ ଅଷ୍ଟଶମ୍ଭୁ ଅପେରା ପକ୍ଷରୁ ଯାତ୍ରା ପରିବେଷଣ ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏନେଇ ଯାତ୍ରା କମିଟି କି ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
