ଆଜିଠୁ ୧୪ ଯାଏ ଯୁକ୍ତ ଦୁଇ ଆବେଦନ କରି ପାରିବେ ଡ୍ରପ୍‌ ଆଉଟ୍‌ ପିଲା

ଅଧାରୁ ପାଠପଢ଼ା ଛାଡ଼ି ରହିଥିବା ପିଲାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଯୋଜନା । ଏଥିପାଇଁ ସ୍ୱତନ୍ତ୍ର ଭାବେ ଯୁକ୍ତ ଦୁଇ ଚତୁର୍ଥ ପର୍ଯ୍ୟାୟରେ ନାମଲେଖାଇ ହେବ । ବୁଧବାରଠୁ ସାମ୍‌ସ ୱେବ୍‌ସାଇଟ୍‌ରେ ନାମଲେଖା ଆବେଦନ ଆରମ୍ଭ ହେବ । ୧୪ ତାରିଖ ଯାଏ ଆବେଦନ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଯୁକ୍ତଦୁଇ (ଏକାଦଶ ଶ୍ରେଣୀ) ନାମଲେଖା ପାଇଁ ଚତୁର୍ଥ ପର୍ଯ୍ୟାୟ ନାମଲେଖା ହେବ । ସ୍କୁଲରୁ ଦୂରରେ ରହୁଥିବା ପିଲାଙ୍କୁ ନାମଲେଖାଇବାକୁ ସୁଯୋଗ ପ୍ରଦାନ କରାଯିବ । ୧୭ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୮ରୁ ୧୯ ତାରିଖ ମଧ୍ୟରେ ନାମ ଲେଖାଇବେ ।

୨୦ରୁ ୨୨ ତାରିଖ ମଧ୍ୟରେ ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରିବେ । ୨୨ରେ ୱେଟିଂ ଲିଷ୍ଟରେ ଥିବା ପିଲାଙ୍କ ମେଧାତାଲିକା ପ୍ରକାଶ ପାଇବ । ଏହି ଛାତ୍ରଛାତ୍ରୀମାନେ ୨୩ରୁ ୨୪ ତାରିଖ ମଧ୍ୟରେ ନାମ ଲେଖାଇବେ । ଏନେଇ ସମସ୍ତ ସୂଚନା ସାମ୍‌ସ ୱେବ୍‌ସାଇଟ୍‌ www. samsodisha.gov.inରେ ଉପଲବ୍ଧ ରହିଛି।

ଅଧିକ ପଢନ୍ତୁ