ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବିହାରରୁ ଜଣେ ଅଭିଯୁକ୍ତକୁ ଉଠାଇ ଆଣି ଭୁବନେଶ୍ବରରେ ଜେରା କରୁଛି।ପୂର୍ବରୁ ଗିରଫ ହୋଇଥିବା ଦିଘା ମଡ୍ୟୁଲର ମାଷ୍ଟର ମାଇଣ୍ଡ ଦଲାଲ୍ ବିରଞ୍ଚି ନାୟକର ସହଯୋଗୀ ଥିଲା ନୀତିଶ । ୬୦୦ ପରୀକ୍ଷାର୍ଥୀଙ୍କୁ ଟ୍ରେନିଂ ସହ କୋଚିଂ ଦେଇ ପ୍ରସ୍ତୁତ କରୁଥିଲା ନୀତିଶ । ଶୁକ୍ରବାର ନୀତିଶ କୁମାରକୁ ବିହାରରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି CBI ।ଇତିମଧ୍ୟରେ ସିବିଆଇ ଅଧିକାରୀମାନେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍ ଜେରା କରିଛନ୍ତି। ସିବିଆଇର ଅଧିକାରୀମାନେ ସେମାନଙ୍କୁ ମୁହାଁମୁହିଁ ଜେରା କରିଥିଲେ। ରୢାକେଟ୍ ସମ୍ପର୍କରେ ସିବିଆଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି। ୮ ଘଣ୍ଟା ଜେରା ପରେ ସିବିଆଇ ସେମାନଙ୍କୁ ଛାଡ଼ିଥିଲା। ତେବେ ସିବିଆଇ ପକ୍ଷରୁ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ଆଜି ୪ ଜଣ ହାଜର ହୋଇଥିଲେ। ପରେ ଅନ୍ୟମାନେ ସିବିଆଇରେ ହାଜର ହୋଇଥିଲେ ।
