ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ଦିନ ଘୋଷଣା କରିଛନ୍ତି ଯେ, ତାଙ୍କର ବହୁ ପ୍ରତୀକ୍ଷିତ “ଗୋଲ୍ଡ କାର୍ଡ” ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ଏହି ଯୋଜନା ଅନ୍ତର୍ଗତ, ଜଣେ ବ୍ୟକ୍ତି ୧୦ ଲକ୍ଷ ଡଲାରଦେଇ ଆଇନଗତ ସ୍ଥିତି ଏବଂ ଶେଷରେ ଆମେରିକୀୟ ନାଗରିକତା ପାଇପାରିବେ।ତେବେ କମ୍ପାନୀଗୁଡ଼ିକ ପାଇଁ ଆମେରିକା ଗୋଲ୍ଡ କାର୍ଡ ମୂଲ୍ୟ ୨ ମିଲିଅନ୍ ଡଲାର୍ ଧାର୍ଯ୍ୟ କରାଯାଇଛି । ଗତ ଫେବ୍ରୁଆରୀ ମାସରେ ରାଷ୍ଟ୍ରପତି ଟ୍ରମ୍ପ ଗୋଲ୍ଡ କାର୍ଡ ନାମରେ ଏକ ସ୍ପେଶାଲ୍ ଭିଜା ପ୍ରୋଗ୍ରାମ ଆରମ୍ଭ କରିଥିଲେ । ସେତେବେଳେ ଗୋଲ୍ଡ କାର୍ଡର ମୂଲ୍ୟ ୫ ମିଲିଅନ୍ ଡଲାର ଅର୍ଥାତ ୪୪ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ମାତ୍ର ପରେ ଏବେ ଏହାକୁ କମାଇ ୧ ମିଲିଅନ୍ ଡଲାର ରଖିଛନ୍ତି । ଟ୍ରମ୍ପ କହିଛନ୍ତି, ଆମେରିକା ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ । ୩୦ ମିନିଟ୍ ପାଇଁ ଅନ୍ଲାଇନ୍ରେ ବିକ୍ରି ହେବ ଟ୍ରମ୍ପ ଗୋଲ୍ଡ କାର୍ଡ । ଏଥିରୁ ଯେଉଁ ରାଶି ମିଳିବ ତାହା ୟୁନାଇଟେଡ୍ ଷ୍ଟେଟ୍ସ ସରକାରଙ୍କ ଖାତାକୁ ଯିବ । ଏହି କାର୍ଡ ଦ୍ବାରା ଆମେରିକା ସରକାରଙ୍କ ଟ୍ରେଜେରୀକୁ କୋଟି କୋଟି ଟଙ୍କା ଆସିବ ।
