ପୁରୀ ଜିଲ୍ଲାର ୩ ବେଳାଭୂମି ହେବ ‘ବ୍ଲୁ ଫ୍ଲାଗ୍‌ ବିଚ୍‌’

ପୁରୀ ଜିଲ୍ଲାର ୩ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍‌ରେ ରୂପାନ୍ତର କରାଯିବ । ଏନେଇ ପ୍ରଶାସନିକ ପଦକ୍ଷେପ ନିଆଯାଇଛି । ଏହା ହେଉଛି ଅସ୍ତରଙ୍ଗର ପୀରଜାହାନିଆ ବେଳାଭୂମି, ପୁରୀର ବେଲେଶ୍ୱର ବେଳାଭୂମି ଓ ଫୁଲପାଟଣା ପର୍ଯ୍ୟଟନ ବେଳାଭୂମି (ବାଲିଗୁଆଳି ଠାରୁ ସୈକତ ନିବାସ ବେଳାଭୂମି ପର୍ଯ୍ୟନ୍ତ) । ଏନେଇ ଆଗ୍ରହୀ ସଂସ୍ଥାଙ୍କ ଠାରୁ ଡିପିଆର୍ (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ଆହ୍ୱାନ କରିଛି ପୁରୀ ବନଖଣ୍ଡ କାର୍ଯ୍ୟାଳୟ । ଆସନ୍ତା ୧୫ ତାରିଖ ଆବେଦନର ଶେଷ ସମୟ ରହିଛି । ଏହା ପରଦିନ ସମୀକ୍ଷା କରାଯାଇ ଚୂଡ଼ାନ୍ତ ଡିଜାଇନ ବଛାଯିବ ।

ପ୍ରକଳ୍ପିତ ସ୍ଥାନର ସର୍ଭେ, ଜମି ପରିମାଣ ସ୍ଥିର କରିବା, ପ୍ରକଳ୍ପର ଡିଜାଇନ, ଲକ୍ଷ୍ୟ, ବ୍ୟୟ ଅଟକଳ, ଆବଶ୍ୟକ ଅନୁମତି, ପରିବେଶ ପ୍ରଭାବ, ସୁରକ୍ଷା ଦୃଷ୍ଟିକୋଣ, ପର୍ଯ୍ୟଟକଙ୍କ ଆଗମନ ଆକଳନ, ରାଜସ୍ୱ ଆୟ ଆକଳନ ପ୍ରଭୃତିକୁ ଭିତ୍ତିକରି ଉତ୍କୃଷ୍ଟ ଡିପିଆର ଚୂଡ଼ାନ୍ତ ହେବ ।

ଅଧିକ ପଢନ୍ତୁ