ଏସ୍‌ସିବି ମେଡିକାଲରେ ପ୍ରଥମ ହାପଲୋ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କର ମୃତ୍ୟୁ

କଟକ ଏସ୍‌ସିବି ମେଡିକାଲରେ ପ୍ରଥମ ହାପଲୋ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କର ମୃତ୍ୟୁ ଘଟିଛି । ଗତ ୯ ତାରିଖରେ ଖୋର୍ଦ୍ଧା ଅଞ୍ଚଳର ଶୁଭ୍ରାଂଶୁ ସାହୁ ନାମକ ଯୁବକଙ୍କର କଟକ ଏସ୍‌ସିବି ମେଡିକାଲରେ ପ୍ରଥମ ହାପଲୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା ‌। ଏହି ଅସ୍ତ୍ରୋପଚାର ପରେ ଶୁଭ୍ରାଂଶୁ ଏବଂ ତାଙ୍କ ସାନ ଭାଇଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିଲା। ଅସ୍ତ୍ରୋପଚାର ପର ଦିନ ସାନଭାଇଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ବେଳେ ଶୁଭ୍ରାଂଶୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ମଧ୍ୟ ସୁଧାର ଆସୁଥିଲା। ଏହା ଦେଖି ଡାକ୍ତରଙ୍କ ମଧ୍ୟରେ ଆଶା ସଂଚାର ହୋଇଥିଲା।

ମାତ୍ର ଆଜି ଭୋର୍‌ରୁ ଶୁଭ୍ରାଂଶୁଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ସାଧାରଣତଃ ୭୦ ପ୍ରତିଶତରୁ ଅଧିକ ମେଳ ଖାଉଥିଲେ ଷ୍ଟେମ୍ ସେଲ୍ ପ୍ରତିରୋପଣ କରାଯାଇପାରିଥାଏ । ମାତ୍ର ଶୁଭ୍ରାଂଶୁଙ୍କ କ୍ଷେତ୍ରରେ ୫୦ ପ୍ରତିଶତ ମେଳ ଖାଉଥିଲେ ମଧ୍ୟ ଏସ୍‌ସିବି ମେଡିକାଲର ଡାକ୍ତରମାନେ ସଫଳତାର ସହ ପ୍ରତିରୋପଣ କରି ଏକ ବିରଳ ଉଦାହରଣ ସୃଷ୍ଟି କରିଥିଲେ । କିନ୍ତୁ ଆଜିର ଏହି ଖବର ବିଫଳତା ଦର୍ଶାଉଛି |

ଅଧିକ ପଢନ୍ତୁ

Odisha Darpan Digital