ଆଜି ସୁପରଷ୍ଟାର ରଜନୀକାନ୍ତଙ୍କର ଜନ୍ମଦିନ । ସାରା ବିଶ୍ବରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି । ତାଙ୍କ କାହାଣୀ ଅନେକ ଲୋକଙ୍କୁ ପ୍ରେରିତ କରିଛି । ୭୫ ବର୍ଷ ବୟସରେ ପାଦ ଦେଇଛନ୍ତି ଥାଲାଇଭା । ତେବେ ତାଙ୍କ ଜନ୍ମଦିନରେ ଶହଶହ ଫ୍ୟାନ୍ସଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଏକ୍ସରେ ପୋଷ୍ଟ କରି ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଲେଖିଛନ୍ତି, ରଜନୀକାନ୍ତ ଯୁଗକୁ ଜୟ କରୁଥିବା କରିସ୍ମା । କେବଳ ରାଜନେତା ନୁହଁନ୍ତି ଅନେକ କଳାକାର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଜନ୍ମଦିନର ଶୁଭେଚ୍ଛା ଥାଲାଇଭା ଏଭଳି କିଛି କହି ଅଭିନନ୍ଦନ ଜଣାଇଛନ୍ତି ଧନୁଷ । ଅଭିମେତା, ଅଭିନେତ୍ରୀମାନେ ରଜନୀକାନ୍ତହ୍କ ସହ ଫଟୋ ଉଠାଇବା ଥିବା କିଛି ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ଅଭିନନ୍ଦନ ଜଣାଇଛନ୍ତି । ରଜନୀକାନ୍ତଙ୍କ ଜନ୍ମ ୧୯୫୦ମସିହା ଡିସେମ୍ବର ୧୨ ରେ ବାଙ୍ଗାଲୋରରେ ହୋଇଥିଲା। ତାଙ୍କ ପିତା ରାମୋଜୀ ରାଓ ଗାଏକୱାଡ ଜଣେ ପୋଲିସ କନଷ୍ଟେବଳ ଥିଲେ ଏବଂ ତାଙ୍କ ମାଆ ଜଣେ ଗୃହିଣୀ ଥିଲେ। ଏହି ଅଭିନେତା ମରାଠା ହିନ୍ଦୁ ପରିବାରର ଏବଂ ହିନ୍ଦୁ ଧର୍ମ ପାଳନ କରନ୍ତି । ତାଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନହେବା କାରଣରୁ ତାଙ୍କୁ ପିଲାଦିନକୁ କାମ କରିବାକୁ ପଡିଲା ।
