ଦିଲ୍ଲୀର ଅନେକ ଲୋକଙ୍କ ଠିକଣା ଏବେ ବଦଳିବାକୁ ଯାଉଛି । କାହିଁକି ନା ଦିଲ୍ଲୀରେ ଏବେ ଆଉ ୧୧ ଜିଲ୍ଲା ନୁହେଁ ବରଂ ରହିବ ୧୩ ଜିଲ୍ଲା । ଏହା ବ୍ୟତୀତ, ରାଜସ୍ୱ ଜିଲ୍ଲା ଏବଂ ନଗର ନିଗମର ସୀମା ଏବେ ସ୍ଥିର ରହିବ । ଦିଲ୍ଲୀରେ ଜିଲ୍ଲା ସଂଖ୍ୟା ବୃଦ୍ଧି ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ଏହା ଶାସନକୁ ଆହୁରି ସୁଗମ କରିବ। ଦିଲ୍ଲୀରେ ଯୋଡ଼ା ଯାଇଥିବା ତିନୋଟି ନୂଆ ଜିଲ୍ଲା ହେଉଛି ପୁରୁଣା ଦିଲ୍ଲୀ, ସେଣ୍ଟ୍ରାଲ ନର୍ଥ ଏବଂ ଆଉଟର୍ ଦିଲ୍ଲୀ । ନୂଆ ବ୍ୟବସ୍ଥା ଅନୁଯାୟୀ ଗୋଟିଏ ଜିଲ୍ଲା, ଶାହଦରାକୁ ଦିଲ୍ଲୀର ଜିଲ୍ଲା ଲିଷ୍ଟରୁ ହଟାଇ ଦିଆଯାଇଛି । ଦିଲ୍ଲୀରେ ଜିଲ୍ଲା ସଂଖ୍ୟା ସମସ୍ୟା ଏକ ଦୀର୍ଘକାଳୀନ ସମସ୍ୟା ଥିଲା, ଯାହାକୁ ରେଖା ସରକାର ମାତ୍ର କିଛି ମାସ ମଧ୍ୟରେ ସମାଧାନ କରିଛନ୍ତି ବୋଲି କୁହାଯାଉଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କହିବା କଥା, ଜିଲ୍ଲା ପ୍ରଶାସନ ଯେକୌଣସି ଶାସନର କେନ୍ଦ୍ରବିନ୍ଦୁ ଏବଂ ଜନସାଧାରଣଙ୍କ ଜୀବନର ନିକଟତମ ସରକାରୀ ଅଫିସ୍ । ଦିଲ୍ଲୀର ଦ୍ରୁତ ବର୍ଦ୍ଧିତ ଜନସଂଖ୍ୟା, ନିର୍ମାଣ କାର୍ଯ୍ୟକଳାପ, ସହରାଞ୍ଚଳ ପ୍ରସାର ଏବଂ ନାଗରିକ ସେବାର ଜଟିଳତାକୁ ଦୃଷ୍ଟିରେ ରଖି, ଜିଲ୍ଲା ପ୍ରଶାସନକୁ ଅଧିକ ସଂଗଠିତ, ପ୍ରଭାବଶାଳୀ ଏବଂ ଉତ୍ତରଦାୟୀ କରିବା ଆବଶ୍ୟକ ଥିଲା । ଯେଉଁ କାରଣ ପାଇଁ ଦିଲ୍ଲୀରେ ଜିଲ୍ଲା ସଂଖ୍ୟାକୁ ବୃଦ୍ଧି କରାଯାଇଛି ।
