କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

କେନ୍ଦ୍ର ସରକାର ମନରେଗା ଯୋଜନାର ନାମ ପରିବର୍ତ୍ତନ କରିବେ। ଶୁକ୍ରବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ସରକାର ମନରେଗାର ନାମ ପରିବର୍ତ୍ତନ କରି ପୂଜ୍ୟ ବାପୁ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା କରିବେ, ଯାହା ଗ୍ରାମୀଣ ଗରିବ ଲୋକଙ୍କ ପାଇଁ ପ୍ରତିବର୍ଷ 125 ଦିନର କାମ ସୁନିଶ୍ଚିତ କରିବ। ଏହି ଯୋଜନା ପାଇଁ ସରକାର ₹1.51 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିବେ।ଏପରିକି ସରକାର ଯୋଜନାରେ ସର୍ବନିମ୍ନ ନିଯୁକ୍ତି ଦିବସକୁ ମଧ୍ୟ ବୃଦ୍ଧି କରିଛନ୍ତି। ପୂର୍ବରୁ ସର୍ବନିମ୍ନ ୧୨୫ ଦିନ ନିଯୁକ୍ତି ଦିବସ ଥିବାବେଳେ ଏହାକୁ ୨୪୦ ଦିନ ଯାଏ ବୃଦ୍ଧି କରାଯାଇଛି। ୨୦୦୫ ମସିହାରେ ତତ୍କାଳୀନ ମନମୋହନ ସିଂହ ସରକାର ଦ୍ୱାରା ମନରେଗା ଯୋଜନା ଆରମ୍ଭ କରାଯାଇଥିଲା। ପ୍ରାରମ୍ଭରେ ଏହାକୁ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ କୁହାଯାଉଥିଲା, ପରେ ଏହାକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ମନରେଗା) ନାମ ଦିଆଯାଇଥିଲା।ପ୍ରଥମେ ଏହାର ନାଁ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି NREGA ରହିଥିଲା ପରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି MGNREGA ହୋଇଥିଲା।

ଅଧିକ ପଢନ୍ତୁ