୭ମ ରାଜ୍ୟ ପୁସ୍ତକ ମହୋତ୍ସବ: ୧୦୦ରୁ ଅଧିକ ବହି କିଣିଲେ ସଂସ୍କୃତି ମନ୍ତ୍ରୀ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଚଳିତ ବର୍ଷ ୫୫୦ଟି ଷ୍ଟଲ ରହିଥିବା ବେଳେ ପୁସ୍ତକ ମହୋତ୍ସବରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଭାଗ ନେଇଛନ୍ତି।ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପୁସ୍ତକ ମହୋତ୍ସବ ପରିଦର୍ଶନରେ ଯାଇ ୧୦୦ରୁ ଅଧିକ ବହି କିଣିଛନ୍ତି।ଏଥିସହ ମନ୍ତ୍ରୀ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାହିତ୍ୟ ଅକାଦେମି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ପୁସ୍ତକ ଷ୍ଟଲକୁ ବୁଲି ଦେଖିଥିଲେ। ଓଡ଼ିଶାର ବରପୁତ୍ରମାନଙ୍କ ଜୀବନୀକୁ ଉର୍ଦ୍ଦୁ ଭାଷାରେ ଅନୁବାଦ କରି ପୁସ୍ତକ ପ୍ରକାଶନ କରିବା, ଓଡ଼ିଶୀ ଗବେଷଣା କେନ୍ଦ୍ର ତରଫରୁ ପ୍ରସ୍ତୁତ ହୋଇଥିବା ଗୀତ, ଛନ୍ଦ, ଚମ୍ପୁ ଆଦିକୁ ଶ୍ରୋତା ଓ ଦର୍ଶକମାନଙ୍କ ପାଇଁ ପେନ୍‌ ଡ୍ରାଇଭରେ ଉପଲବ୍ଧ କରାଇବା, ଓଡ଼ିଆ ଭାଷା ପ୍ରତିଷ୍ଠାନର ପତ୍ରିକା “ଶିଶୁଲେଖା”ରେ ସୁନ୍ଦର ଚିତ୍ର ସମୂହକୁ ସ୍ଥାନିତ କରିବା ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ପ୍ରକାଶ ପାଉଥିବା ଗବେଷଣାତ୍ମକ ପୁସ୍ତକକୁ ଲୋକାଭିମୁଖୀ କରିବା ପାଇଁ ମନ୍ତ୍ରୀ ଶ୍ରୀ ସୂରଜ ଉପଦେଶ ଦେଇଥିଲେ।

ଅଧିକ ପଢନ୍ତୁ