ଆନ୍ତର୍ଜାତିକ ମାନବିଧିକାର ରକ୍ଷକ ପକ୍ଷରୁ ୫ମ ବାର୍ଷିକୋତ୍ସବ ପାଳିତ ।

ରାୟଗଡ଼ା ତା ୧୩/୧୨ ରାୟଗଡ଼ ଜିଲ୍ଲା ସଦର ବ୍ଲକ ପିତାମହଲ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ସଭାଗୃହ ଠାରେ ଆଜି ଆନ୍ତର୍ଜାତିକ ମାନବିଧିକାର ରକ୍ଷକ ଶାଖା ରାୟଗଡ଼ ପକ୍ଷରୁ ପଞ୍ଚମ ବାର୍ଷିକୋତ୍ସବ ଶାନ୍ତିଶୃଙ୍ଖଳାର ସହ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ମାନସ ରଞ୍ଜନ ରଥ ଓ ଉପଦେଷ୍ଟା ବରିଷ୍ଟ ଆଇନଜୀବି ଅରୁଣ କୁମାର ଲେଙ୍କାଙ୍କ ନେତୃତ୍ବରେ ଆୟୋଜିତ ସମାରୋହ କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ଲୋକସମ୍ପର୍କ ଅଧିକାରି ପିତାମ୍ବର ବେହେରା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଲିୟାସନ୍ କମ୍ପାନୀ ମୁଖ୍ୟ ତଥା ବ୍ରାଣ୍ଡ ଆମ୍ବାସଡର ମାନସି ପଟ୍ଟନାୟକ, ସେଞ୍ଚୁରିୟାନ ବିଶ୍ଵବିଦ୍ୟାଳୟ ପରିଚାଳକ ରାଜେଶ କୁମାର ପାଢ଼ୀ, ବରିଷ୍ଟ ସମାଜସେବୀ ୟେଲ୍ଲା କୋଣ୍ଡାବାବୁ ,ହାସ୍ୟ ଅଭିନେତା ପ୍ରଭାକର ମିଶ୍ରଙ୍କ ସମେତ, ମୁଖ୍ୟ ବକ୍ତା ଭାବେ ମିନିକେତନ ପଟ୍ଟନାୟକ, ପରବ୍ରହ୍ମ ତ୍ରିପାଠୀ, ବକ୍ତା ଭାବେ ବିଭୁତି ଭୁଷଣ ରଥ, ଯୋଗଦେଇ ସମାଜର ଦୈନନ୍ଦିନ ଘଟି ଚାଲୁଥିବା ଅନ୍ୟାୟ ଅତ୍ୟାଚାର ଓ ଦୁର୍ନୀତିକୁ କିଭଳି ସମାଜରୁ ଦୂର ହୋଇପାରିବ ସେହି କ୍ଷେତ୍ରରେ ଆନ୍ତର୍ଜାତୀୟ ମାନବିଧିକାର ସଂଗଠନ ଏକ ରକ୍ଷା କବଚ ଭଳି କାମ କରିବ ବୋଲି ମତ ପ୍ରକାଶ କରିଥିଲେ। ସମାଜରେ ଯେ ପ୍ରର୍ଯ୍ୟନ୍ତ ଦାରିଦ୍ର୍ୟ, ନିଷ୍ପେସିତ, ମହିଳାଙ୍କୁ ତ୍ଵରିତ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ଦେଶର ଉନ୍ନତି ହୋଇପାରିବ ନାହିଁ । ଉପସ୍ଥିତ ଅତିଥିମାନେ ନିଜ ନିଜ ଅଭିଭାଷଣରେ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ସଚେତନ ର‌ ମାର୍ଗଦର୍ଶନ ପ୍ରଦାନ କରି ଥିବା ବେଳେ। ଶେଷରେ ସୁକାନ୍ତ କୁମାର ଦାସ ଆଇନଜୀବି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସଭା ସାଙ୍ଗ କରିଥିଲେ । କାର୍ଯ୍ୟ କ୍ରମ ରେ ସୁନ୍ଦର ରାଓ କାଡ୍ରାକା, ହରିଶଙ୍କର ମାଝି, ଗୋପାଳ ଟୋଇକା, ସନ୍ତୋଷ ମୁକୁଟା, ନିରଞ୍ଜନ ନିମାଲା, ଓ ଅନ୍ୟ ବ୍ୟକ୍ତିବିଶେଷ ମାନେ ନିଷ୍ଠାର ସ଼ହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଅଧିକ ପଢନ୍ତୁ