ସରକାରଙ୍କ ବିରୁଦ୍ଧରେ ତୃଣମୂଳ ସ୍ତରରେ ଲଢେଇ କରିବାକୁ ନବୀନ ଆହ୍ୱାନ

ନବୀନ ନିବାସରେ ନୂଆପଡ଼ା ପରାଜୟର ଚର୍ଚ୍ଚା । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କଲେ ନୂଆପଡ଼ା ଜିଲ୍ଲା ସଭାପତି, ପ୍ରାର୍ଥିନୀ ଓ ଜିଲ୍ଲା ସ୍ତରୀୟ ସମସ୍ତ ନେତୃତ୍ୱ ।ଏହି ଅବସରରେ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ସାହସର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନର ସରକାରଙ୍କୁ ଭୟ ନକରି ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ। ସରକାରଙ୍କ ବିରୋଧରେ ତୃଣମୂଳ ସ୍ତରରୁ ଲଢେଇ ଜାରି ରଖିବାକୁ ପଡ଼ିବ। ତେବେ ଏହି ଆଲୋଚନା ପରେ ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ନେହାଙ୍ଗିନୀ ଛୁରିଆ ଶାସକ ଦଳ ବିଜେପି ଉପରେ ବର୍ଷିଛନ୍ତି। ସେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ବୁଥ୍ ରିଗିଂ କରି ବିଜେପି ବିଜୟ ହାସଲ କରିଛି । ପ୍ରଶାସନ ସାହାଯ୍ୟରେ ବୁଥ୍ ରିଗିଂ କରାଯାଇଛି । ପରାଜୟ ପରେ ବି ଆମେ ନୂଆପଡ଼ାରେ ବସିନୁ ଲୋକଙ୍କ ପାଇଁ ନୂଆପଡ଼ାରେ କାମ କରୁଛୁ । କିନ୍ତୁ ପ୍ରଶାସନ ବିଜେପିର ହାତ ବାରିସି ସାଜି କାମ କରୁଛି । ଲୋକଙ୍କ ସମସ୍ୟା ସମାଧାନ ହେଉନି । ବିଜେଡି ଅଭିଯୋଗ ଶୁଣା ଯାଉନି । ଚାଷୀଙ୍କ ଧାନ କିଣା ଯାଉନି । ନୂଆପଡ଼ା କ୍ଷେତ୍ରରେ ସରକାରଙ୍କ ଆଚରଣ ଉଚ୍ଚାରଣରେ ବଡ଼ ଫରକ ରହିଛି । ସେହି ସବୁ ବାର୍ତ୍ତାକୁ ନେଇ ଆମେ ଗାଁ ଗାଁରେ ପହଞ୍ଚେଇବୁ । ଆମ କର୍ମୀଙ୍କ ମନୋବଳ ଭାଙ୍ଗି ନାହିଁ । ଆମେ ତୃଣମୂଳ ସ୍ତରରେ ଲଢେଇକୁ ଜୋରଦାର କରିବୁ ।

ଅଧିକ ପଢନ୍ତୁ