ଛତିଶଗଡ଼ର ସୁକମା ଜିଲ୍ଲାରେ ବଡ଼ ସଫଳତା । ସୁରକ୍ଷା ବାହିନୀ ମାଓବାଦୀଙ୍କ ବିରୋଧରେ ଏନ୍କାଉଣ୍ଟର । ତେବେ ସୁରକ୍ଷା କର୍ମୀଙ୍କ ସହ ଏନକାଉଣ୍ଟରରେ ଜଣେ ମହିଳା ସମେତ ତିନି ଜଣ ନକ୍ସଲ ନିହତ ହୋଇଛନ୍ତି। ମାଓ କ୍ୟାମ୍ପରେ ଶତାଧିକ ମାଓବାଦୀ ଲୁଚି ରହି ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ଧରଣର ଟାର୍ଗେଟ କରିବାକୁ ଯୋଜନା କରୁଥିଲେ । ଅପରେସନରେ ଡିଆରଜି ଯବାନ ସାମିଲ ହୋଇଛନ୍ତି। ଏବେବି ଗୁଳି ବିନିମୟ ଜାରି ରହିଛି ।ସୂଚନା ଥାଉକି, ଚଳିତ ବର୍ଷ ଛତିଶଗଡ଼ରେ ଏନକାଉଣ୍ଟରରେ ୨୮୪ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁକମା, ବିଜାପୁର ଓ ଦାନ୍ତେୱାଡା ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଡିଭିଜନରେ ୨୫୫ ଜଣଙ୍କୁ ନିପାତ କରାଯାଇଥିଲା ।
