ଅନୁଗୂଳ ସଦର ଥାନା ଖଲାରୀରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ହାଡୁଡିରେ ପିଟି ପିଟି ଶାଶୂଙ୍କ ଜୀବନ ନେଲେ ବୋହୂ ଓ ସମଦୂଣୀ । ଏହି ଘଟଣାରେ ପୁଲିସ ବୋହୂ ଓ ସମୁଦୂଣୀଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସୂଚନାନୁଯାୟୀ, ବୁଧବାର ରାତି ୧୦ଟାରେ ଖଲାରୀ ଜାମୁବନ୍ଧ ଛକ ନିକଟରେ ଭଡ଼ା ଘରେ ରହୁଥିବା କୁନି ନାୟକଙ୍କୁ ତାଙ୍କ ପୁଅ ଖାଇବାକୁ ଡାକିବା ପାଇଁ ଯାଇଥିଲେ। କବାଟ ଖୋଲି ଦେଖିଲା ବେଳକୁ କୁନି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ସଙ୍ଗେ ସଙ୍ଗେ ପୁଅ କାହ୍ନୁ ସଦର ପୁଲିସକୁ ଖବର ଦେଇଥିଲେ। ତେବେ ତାଙ୍କୁ ମେଡିକାଲ ନେବାବେଳେ ସେଠାରେ ଡାକ୍ତର କୁନି ନାୟକଙ୍କୁ ମୃତ ଘୋଷଣା କରିଥିଲେ ।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
