ହାର୍ଡକୋର ମାଓବାଦୀ ସହଯୋଗୀର ଆତ୍ମସମର୍ପଣ । ମୋଛୁ ଏବଂ ଅନମୋଲ ସହିତ ମିଶି କରୁଥିଲା ବଡ଼ ଅପରେସନ । ରାଉରକେଲା ପୋଲିସ କବଳରେ ବର୍ତ୍ତମାନ ଜଣେ କୁଖ୍ୟାତ ୧୫ ବର୍ଷୀୟ ମାଓବାଦୀ ରୋୟା କାଲୁଣ୍ଡି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନୀତିରେ ଅନୁପ୍ରାଣିତ ହୋଇ କରିଛି ସରେଣ୍ଡର।ରୋୟା କାଲୁଣ୍ଡି ଓରଫ ଗଣେଶ ନାମକ ଏହି କ୍ୟାଡର ଜଣକ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର କଣ୍ଟୋଡ୍ୟା ଗ୍ରାମର ବାସିନ୍ଦା। ଗଣେଶଙ୍କଠାରୁ ଏକ ୯ ଏମଏମ କାର୍ବାଇନ୍ ଉଦ୍ଧାର କରାଯାଇଛି।ସରକାରୀ ରେକର୍ଡ ଅନୁଯାୟୀ, ବରିଷ୍ଠ ମୁଖିଆଙ୍କ ଦ୍ୱାରା ନିଯୁକ୍ତି ପାଇବା ପରେ ସେ ୨୦୨୨ ମସିହାରେ ମାତ୍ର ୧୨ ବର୍ଷ ବୟସରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ସରଣ୍ଡା ଏବଂ କୋଲହାନ ଜଙ୍ଗଲ ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ଅସ୍ତ୍ରଶସ୍ତ୍ର ପରିବହନ ସହ ବିସ୍ଫୋରକ ପରିଚାଳନା କରୁଥିଲେ ଏବଂ ଗୁଇନ୍ଦା ଅଭିଯାନ ମଧ୍ୟ ପରିଚାଳନା କରୁଥିଲେ।ବାଙ୍କୋ ପଥର ଖଣିକୁ ଯାଉଥିବା ବିସ୍ପୋରକ ଲୂଟ ମାମଲା ସହ ଟୋପାଡ଼ିହିରେ ରେଳବାଇ ଟ୍ରାକ ବିସ୍ପୋରଣ ସହ ବିଭିନ୍ନ ଚାଇବାସା, ତିରିଲିପୋଷ, ବଲିବା ଏବଂ ଲାଇଲର ଅଞ୍ଚଳରେ IED ବିସ୍ପୋରଣ ମାମଲାରେ ସେ ଜଡ଼ିତ ଅଛି । ଏହା ସହିତ ଦୁଇ ରାଜ୍ୟ ମଧ୍ୟରେ ଘଞ୍ଚ ଜଙ୍ଗଲରେ ଗୁପ୍ତଚର ଏବଂ ଲଜିଷ୍ଟିକ୍ ସହାୟତା ଯୋଗାଇବା ଆଦି ଅନ୍ତର୍ଭୁକ୍ତ ରହିଛି।
