ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ ତଥା ବ୍ରହ୍ମପୁରର ପୂର୍ବତନ ବିଜେପି ସାଂସଦ ଅନାଦି ସାହୁଙ୍କ ପରଲୋକ। କଟକ ସିଡିଏ ସେକ୍ଟର ୬ ସ୍ଥିତ ବାସଭବନରେ ଶୁକ୍ରବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥିଲେ। ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ସେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ହେବା ସହ ବିଭିନ୍ନ ସମୟରେ ପୋଲିସ ସେବାର ବିଭିନ୍ନ ମେଡାଲ ମଧ୍ୟ ପାଇଥିଲେ। ଚାକିରିରୁ ଅବସର ନେବା ପରେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସେ ଯୋଗଦେଇଥିଲେ।
ସାହିତ୍ୟ କ୍ଷେତ୍ରରେ ତାଙ୍କର ଅନେକ ସୃଷ୍ଟି ସମ୍ଭାର ରହିଛି।ଗତ କିଛି ବର୍ଷ ହେବ ସେ ସକ୍ରିୟ ରାଜନୀତିରୁ ଦୂରରେ ଥିଲେ। ମୃତ୍ୟୁ ଖବର ପାଇ ବହୁ ବରିଷ୍ଠ ରାଜନେତା, ବରିଷ୍ଠ ପୋଲିସ ଅଧିକାରୀ ବାସ ଭାବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି।