୨୦୨୬ ଶେଷ ସୁଦ୍ଧା ସାରା ଦେଶରେ ଏକ ସାଟେଲାଇଟ୍-ଆଧାରିତ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ, ଯାହା ଦ୍ୱାରା ଯାତ୍ରୀମାନଙ୍କୁ ଟୋଲ୍ ପ୍ଲାଜାରେ ଅପେକ୍ଷା କରିବାରୁ ରକ୍ଷା ମିଳିବ ଏବଂ ସରକାରଙ୍କ ପାଇଁ ଅଧିକ ରାଜସ୍ୱ ସୃଷ୍ଟି ହେବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅନୁଯାୟୀ, ୨୦୨୬ ସୁଦ୍ଧା ଦେଶରେ ଏକ ସାଟେଲାଇଟ୍-ଆଧାରିତ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ, ଯାହା ଦ୍ୱାରା ଗାଡ଼ିଗୁଡ଼ିକ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ଟୋଲ୍ ପ୍ଲାଜା ପାର କରିପାରିବେ।
ନୀତିନ ଗଡ଼କରୀ ସଂସଦରେ କହିଛନ୍ତି ଯେ ୨୦୨୬ ସୁଦ୍ଧା ସମସ୍ତ ଗାଡ଼ି ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ନ ଅଟକି ଟୋଲ୍ ପ୍ଲାଜା ଦେଇ ଯାଇପାରିବେ। ଗାଡ଼ିର ନମ୍ବର ପ୍ଲେଟ୍ ଏବଂ FASTagର ଫଟୋ ଉଠାଇବା ପାଇଁ ହାଇ-ସ୍ପିଡ୍ କ୍ୟାମେରା ଲଗାଯିବ। ତା’ପରେ ଗାଡ଼ି ସହିତ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ଟୋଲ୍ ରାଶି କଟିଯିବ। ଏହାର ଅର୍ଥ କୌଣସି ନଗଦ ଟଙ୍କା ନାହିଁ, କୌଣସି ବାଧା ନାହିଁ ଏବଂ ଲମ୍ବା ଧାଡ଼ି ନାହିଁ।କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, “ମଲ୍ଟି-ଲେନ୍ ଫ୍ରି ଫ୍ଲୋ ଟୋଲ୍ (MLFF) ଏକ ଭଲ ସୁବିଧା । ପୂର୍ବରୁ ଟୋଲ୍ରେ ଦେୟ ଦେବାକୁ ପଡ଼ୁଥିଲା ଯେଉଁଥିରେ ୩ ରୁ ୧୦ ମିନିଟ୍ ସମୟ ଲାଗୁଥିଲା । ଫାଷ୍ଟଟ୍ୟାଗ୍ ଯୋଗୁଁ ବର୍ତ୍ତମାନ ଏହି ସମୟ ୬୦ ସେକେଣ୍ଡ କିମ୍ବା ତା’ଠାରୁ କମ୍ ହୋଇଛି । ଫଳରେ ୟ ଅତି କମ୍ରେ ୫ ହଜାର କୋଟି ଟଙ୍କା ବୃଦ୍ଧି ପାଇଛି । ଏମଏଲଏଫଏଫ ଫାଷ୍ଟଟ୍ୟାଗ୍ ବଦଳାଇବା ପରେ, ଯାନବାହାନଗୁଡ଼ିକ ଏବେ ସର୍ବାଧିକ ୮୦ କିମି ଘଣ୍ଟା ବେଗରେ ଟୋଲ୍ ପାର୍ କରିପାରିବେ ।” ଗଡ଼କରୀ ଆହୁରି କହିଛନ୍ତି, “୨୦୨୬ ସୁଦ୍ଧା, ଆମେ ଏହି କାମକୁ ୧୦୦ ପ୍ରତିଶତ ଶେଷ କରିବୁ । ଟୋଲ୍ ପ୍ଲାଜାରେ ଯାନବାହାନ ନ ଅଟକାଇ ଇନ୍ଧନ ସଞ୍ଚୟ ହେବ। ସରକାରଙ୍କ ଅନୁଯାୟୀ, ଏହା ପ୍ରାୟ ୧୫୦୦ କୋଟି ଟଙ୍କାର ଇନ୍ଧନ ସଞ୍ଚୟ କରିବ। ଏହା ସହିତ, ସରକାରଙ୍କ ଜରୁରୀକାଳୀନ ପାଣ୍ଠିରେ ପ୍ରାୟ ୬୦୦୦ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ସୃଷ୍ଟି କରିବ। ଏହା ସହିତ, ଟୋଲ୍ ପ୍ଲାଜାରେ କର୍ମଚାରୀଙ୍କ ଆବଶ୍ୟକତା ହ୍ରାସ ପାଇବ, ଯାହା ଦ୍ୱାରା ପରିଚାଳନା ଖର୍ଚ୍ଚ ହ୍ରାସ ପାଇବ।
