ଓଡ଼ିଶା AI ସମ୍ମିଳନୀ-୨୦୨୫ ! ଓଡିଆ ଭାଷା କୁ AI ରେ ଆଣିବାକୁ ବ୍ୟବସ୍ଥା କରାଯିବ

ଭୁବନେଶ୍ୱର ରିଜୋନାଲ AI Impact summit ୨୦୨୫ ଆଜି ଭୁବନେଶ୍ୱର ସ୍ଥିତ ଲୋକସଭା କନଭେନ୍ସନ ହଲରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭରଚୁଆଲି ଯୋଗଦେଇ ଥିଲେ । ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଛାତ୍ର ଛାତ୍ରୀ ଏହି ସମିଟରେ ଯୋଗ ଦେଇଛନ୍ତି ।ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ଏଆଇର ଭୂମିକା,ଗୁରୁତ୍ୱ ବିଷୟରେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀ ମାନେ AI ବ୍ୟବହାରକୁ କିଭଳି ସଫଳ ରୂପାୟନ କରିପାରିବେ । ଦୈନଦିନ ଜୀବନରେ AIର ଭୂମିକା ଏବଂ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଛି ।ତିନି ସୁତ୍ର ପିପୁଲ, ପ୍ଲାନେଟ,ପ୍ରୋଗ୍ରେସ ଓ ୭ ଚକ୍ରକୁ ନେଇ ଆଲୋଚନା ହୋଇଥିଲା AI ସମ୍ମିଳନୀରେ । AI କୁ କିପରି ସରକାରୀ ବ୍ୟବସ୍ଥାରେ ଉପଯୋଗ କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି । ଶିକ୍ଷା,ସ୍ବାସ୍ଥ୍ୟ,ବିପର୍ଯ୍ୟୟ ପରିଚାଳନା ବିଭାଗ ,ମହିଳା ଓ ଶିଶୁ ବିକାଶ ବିଭାଗ ଓ ସଂସଦୀୟ ବ୍ୟପାର ବିଭାଗରେ AI ଉପଯୋଗ ଉପରେ ଫୋକସ୍ କରାଯାଉଛି। ସୁଭଦ୍ରା ପୋର୍ଟାଲ ହେଉ ବା କୃଷି ସଵସିଡ଼ିରେ AI ର ବ୍ୟବହାର କରାଯାଉଛି । ଆଗକୁ ୪୧ ବିଭାଗରେ AI ଉପଯୋଗ ହେବ। ଲୋକାଭିମୁଖୀ ଯୋଜନା ର ସଫଳ ରୂପାୟନ ପାଇଁ AI ବ୍ୟବହାର କରାଯିବ। ଓଡିଆ ଭାଷା କୁ AI ରେ ଆଣିବାକୁ ବ୍ୟବସ୍ଥା କରାଯିବ। ଭାଷାଦାନ କାର୍ଯ୍ୟକ୍ରମ କରାଯିବା ନେଇ ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ।ଫେବ୍ରୁଆରୀ ମାସରେ ଦିଲ୍ଲୀରେ AI ସମ୍ମିଳନୀ ହେବାକୁ ଥିବା ବେଳେ ଏହା ପୂର୍ବରୁ ଓଡ଼ିଶା ସମେତ ୮ ରାଜ୍ୟରେ AI ଇମ୍ପାକ୍ଟ ରିଜିଓନାଲ ସମ୍ମିଳନୀ ଆୟୋଜନ କରାଯାଉଛି । ଓଡ଼ିଶା ପ୍ରଥମ ରାଜ୍ୟ ଭାବେ AI ନୀତି ଆଣିବା ସହ ବଜେଟ୍‌ରେ ବ୍ୟବସ୍ଥା କରିଛି । ଆଗାମୀ ଦିନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହେବ ବୋଲି କହିଛନ୍ତି ଆଇଟି ମନ୍ତ୍ରୀ ।

ଅଧିକ ପଢନ୍ତୁ