ରେଞ୍ଜରଙ୍କ ଘରେ ଭିଜିଲାନସ ରେଡ୍ । ଜଗତସିଂହପୁର ବନବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସଦର ଥାନା ଚାଟରା ସ୍ଥିତ ଘର ସମେତ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ତେବେ ରେଞ୍ଜରଙ୍କ ଠାରୁ କେତେ ଟଙ୍କାର ସମ୍ପତ୍ତି ଆଦାୟ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ରେଡ୍ ଶେଷ ହେବା ପରେ ସମ୍ପତ୍ତିର ମୂଲ୍ୟ ସାମ୍ନାକୁ ଆସିବ । କିନ୍ତୁ ଖବର ଅନୁସାରେ, ରେଡ୍ ସମୟରେ ପୁଳାପୁଳା ସୁନା ସାଙ୍ଗକୁ ବିପୁଳ ଟଙ୍କା ଜବତ କରାଯାଇଥିବା ଜଣାପଡିଛି ।
