ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ଯୁବକ ,ପ୍ରେମିକାଙ୍କ ଗାଁରୁ ମିଳିଲା ଯୁବକଙ୍କ ମୃତଦେହ

ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ପ୍ରେମିକା ଗାଁରେ ପ୍ରେମିକର ମୃତ୍ୟୁ ।ମୃତକ ହେଲେ କଟକ ଜିଲା ସାଲେପୁର ଥାନା ଗଙ୍ଗେଶ୍ୱର ଦେଉଳି ଗ୍ରାମର ମନୋଜ ଦାସଙ୍କ ପୁଅ ଅଶୋକ(୧୭) ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ଅଶୋକଙ୍କ ମା’ ବେବିନା ତାଙ୍କ ପୁଅକୁ ପ୍ରେମିକା ଘର ଲୋକେ ହତ୍ୟା କରି ଟାଙ୍ଗି ଦେଇଥିବା ବିଞ୍ଚାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାମୁତାବକ ବିଞ୍ଝାରପୁର ଥାନା ଅଞ୍ଚଳର ଜଣେ ଝିଅଙ୍କ ଗତବର୍ଷ କଟକ ଜିଲା ସାଲେପୁର ଥାନା ଅଞ୍ଚଳରେ ବାହାଘର ହୋଇଥିଲା। ବାହାଘର ପରେ ସେଠାରେ ବୋହୂଙ୍କ ସହ ସେହି ଗ୍ରାମର ଅଶୋକ (୧୭)ଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହି ଅନୈତିକ ପ୍ରେମ ସମ୍ପର୍କ ଯୋଗୁ ଶାଶୁଘର ସହ ବୋହୂଙ୍କ ମନାନ୍ତର ହେବାରୁ ସେ ଆସି ବାପ ଘରେ ରହୁଥିଲେ। ଅଶୋକ ପ୍ରେମିକାଙ୍କ ଘରକୁ ଗୁରୁବାର ଆସିଥିଲେ। ବିଳମ୍ବିତ ରାତିରେ ଅଶୋକ ନିଜ ଘରକୁ ଫୋନ ମାଧ୍ୟମରେ ପ୍ରେମିକାଙ୍କ ଘରକୁ ବୁଲି ଆସିଥିଲାବେଳେ ତାକୁ ବାନ୍ଧି ଅଟକ ରଖିଥିବା କଥା ଜଣାଇଥିଲେ। ସେପଟେ ଖବର ପାଇ ଅଶୋକଙ୍କ ବାପା-ମା ଆସି ପହଞ୍ଚିବାରୁ ମହିଳାଙ୍କ ଘର ଲୋକ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ଅଶୋକଙ୍କ ବାପା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ୧ ଲକ୍ଷ ଦେବାକୁ କଥା ଛିଡ଼ିଥିଲା । ବାପା ଜଳଖିଆ ଖାଇବାକୁ ଆସିଥିଲେ । ସେଠାରୁ ଯାଇ ଦେଖନ୍ତି ତ ପୁଅର ଝୁଲନ୍ତା ମୃତଦେହ ଝୁଲୁଛି । ସେଠାରୁ ଉଦ୍ଧାର କରି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ତେବେ ଅଶୋକଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ବିଞ୍ଝାରପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅଧିକ ପଢନ୍ତୁ

kc ads