ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଯୁକ୍ତ ୨ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ପ୍ରକାଶ କରିଛି। ଆଡ୍ମିଟ୍ କାର୍ଡ ଶୁକ୍ରବାରଠାରୁ ସାମ୍ସ ଇ – ସ୍ପେସ୍ ୱେବସାଇଟ୍ରେ ଉପଲବ୍ଧ ହୋଇଛି। ସମସ୍ତ ଷ୍ଟ୍ରିମ୍ର ଛାତ୍ରଛାତ୍ରୀଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଡମିଟ୍ କାର୍ଡ ପ୍ରଦାନ ସମୟପରେ ନାଁ, ପିତା, ମାତାଙ୍କ ନାମ, ପରୀକ୍ଷା ବିଷୟର ବିଷୟକୁ ଭଲ ଭାବେ ଯାଞ୍ଚ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବାକୁ କୁହାଯାଇଛି । ତେବେ ଆସନ୍ତା ୨୨ ତାରିଖରୁ ୩୧ ତାରିଖ ଯାଏ ଇଣ୍ଟରନାଲ ପରୀକ୍ଷା ଅନୁଷ୍ଠିତ ହେବ । ଜାନୁଆରୀ ୨ରୁ ୧୫ରୁ ପ୍ରାକ୍ଟିକାଲ ପରୀକ୍ଷା ହେବ । ଫେବ୍ରୁଆରୀ ୧୮ରୁ ୨୫ ମାର୍ଚ୍ଚ ଯାଏ ଥିଓରୀ ପରୀକ୍ଷା ହେବ । ଚଳିତ ବର୍ଷ ପରୀକ୍ଷା ଦେବା ପାଇଁ ମୋଟ୍ ୪ ଲକ୍ଷ ୭୩୭ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି ।
