ଯୁବ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ କଂଗ୍ରେସ । ବାସଭବନ ଘେରାଉ ପାଇଁ ଯୁବ କଂଗ୍ରେସ ଦଳ ଗଲାବେଳେ ଅଧାବାଟରେ ଅଟକାଇଲା ପୋଲିସ । ଧଉଳି ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ଯୁବ କଂଗ୍ରେସ ଅଣ୍ଡା ମାଡ କରି ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତା ସହିତ ରାଜ୍ୟରେ ଯେତେ ମହିଳାଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର ହେଉଛି ସେଥିପାଇଁ ରାଜ୍ୟ ସରକାରଙ୍କୁ ଏବଂ ଗୃହ ବିଭାଗକୁ ଦାୟୀ କରିଛନ୍ତି ଯୁବ କଂଗ୍ରେସ କର୍ମୀ ।ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ୨୦ରୁ ୨୫ ଜଣ କଂଗ୍ରେସ କର୍ମୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇ ଅଟକ ରଖିଛି ପୋଲିସ ।

ଅଧିକ ପଢନ୍ତୁ