ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା।ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି। ଏବେ ସୁଦ୍ଧା ରାଜେନ୍ଦ୍ରଙ୍କ ଗୋଟିଏ ୩ ମହଲା କୋଠା, ୩ ଟି ଦାମୀ ପ୍ଲଟ, ସାଢେ ୩ ଲକ୍ଷ ନଗଦ ଟଙ୍କା, ୨୦୦ ଗ୍ରାମ ସୁନା, ୬୭ ଲକ୍ଷର ବ୍ୟାଙ୍କଜମା, ଗୋଟିଏ ୪ ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜେନ୍ଦ୍ରଙ୍କ ୪ ଠିକଣାରେ ରେଡ୍ ମାରିଥିଲା ଭିଜିଲାନ୍ସ ।୧୯୮୫ରେ ଫରେଷ୍ଟର ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ରାଜେନ୍ଦ୍ରଙ୍କ ପ୍ରାରମ୍ଭିକ ଦରମା ଥିଲା ମାସିକ ମାତ୍ର ୧୫୦୦ଶହ ଟଙ୍କା । ୨୦୨୧ରେ ସେ ଡେପୁଟୀ ରେଞ୍ଜର ଭାବେ ପଦୋନ୍ନତି ପାଇଥିବା ବେଳେ, ଅନୁଗୁଳରେ ନିୟୋଜିତ ଥିଲେ । ୨୦୨୩ରେ ସେ ରେଞ୍ଜର ଭାବେ ପଦୋନ୍ନତି ପାଇଥିଲେ । ଜଗତସିଂହପୁର ରାହାମା ରେଞ୍ଜରେ ସେ କାର୍ଯ୍ୟରତ ଥିଲେ । ନିଜ ଚାକିରି ଜୀବନର ୪୦ ବର୍ଷ କେବଳ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ କାର୍ଯ୍ୟରତ ଥିଲେ ରାଜେନ୍ଦ୍ର ।

ଅଧିକ ପଢନ୍ତୁ