ଏଣିକି ପାଚେରି ଡେଇଁ ଚମ୍ପଟ ମାରି ପାରିବେନି ଜେଲ୍ ଅନ୍ତେବାସୀ : ବାଜିବ ସାଇରନ୍

ଭୁବନେଶ୍ଵର, କଏଦୀ ଚମ୍ପଟ ଘଟଣାରେ ଲାଗିବ ଅଙ୍କୁଶ। ଏଣିକି ପାଚେରି ଡେଇଁ ଚମ୍ପଟ ମାରି ପାରିବେନି କଏଦୀ।ଏପରି କଲେ ବାଜି ଉଠିବ ସାଇରନ୍। ଫଟୋ ଉଠାଇ ପଠାଇଦେବ ଏଆଇ କ୍ୟାମେରା। ପାଚେରି ପଟ ଦେଇ ଜେଲ ଭିତରକୁ ହୋଇପାରିବନି ଜିନିଷ ଦିଆନିଆ। ସେଲ୍ ଭିତରେ କରିପାରିବେନି ଗଣ୍ଡଗୋଳ। କଏଦୀଙ୍କୁ ଜଗିବ ଏଆଇ। ୧୮ଟି ଜେଲରେ ଖଞ୍ଜା ହେବ କ୍ୟାମେରା। ସନ୍ଦେହଜନକ ସ୍ଥିତିରେ ବାଜିବ ସାଇରନ୍। ଜେଲ୍ ଭିତର ହେଉକି ସେଲ୍ ଭିତର ସବୁଠି ଟିକନିକ୍ ନଜର ରଖିବ ଏଆଇ।ନିକଟରେ କଟକ ଚୌଦ୍ଵାର ଜେଲରୁ ଫେରାର ହୋଇଯାଇଥିବା ଦୁଇ ବିହାରୀ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁଲିସ ଧରିବା ତ ଦୂରର କଥା, ସେମାନଙ୍କର ଛାଇ ବି ଏଯାବତ ଦେଖିପାରିନି। ଫଳରେ ଏବେ ଜେଲ୍ ବିଭାଗର ଚେତା ପଶିଛି। ଗତ ୨୫ ବର୍ଷର ରିପୋର୍ଟ ଦେଖିଲେ ୧୦୭ କଏଦୀ ଜେଲରୁ ଚମ୍ପଟ ମାରିଛନ୍ତି। ସେମାନଙ୍କ ଭିତରୁ ୬୮ ଜଣ ଧରାପଡ଼ିଥିବା ବେଳେ ଏବେବି ୩୯ କଏଦୀ ଫେରାର ଅଛନ୍ତି। ସେମାନଙ୍କ ଭିତରୁ ଅନେକ ହେଉଛନ୍ତି ହତ୍ୟାକାରୀ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ରାଜ୍ୟର ୧୮ଟି ଜେଲରେ ପ୍ରାୟ ୩୦୦ ଏଆଇ କ୍ୟାମେରା ଖଞ୍ଜାଯିବ। ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହେଲେ ରାଜ୍ୟର ସବୁ ଜେଲରେ କ୍ୟାମେରା ଖଞ୍ଜାହେବ।

ଅଧିକ ପଢନ୍ତୁ