ଚିଟ୍ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର।ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁଯୋଗ ନେବାକୁ ସମସ୍ତ ଆବେଦନକାରୀଙ୍କୁ ଅନୁରୋଧ କରାଯାଇଛି । ଆସନ୍ତା ୨୦୨୬ ଜାନୁଆରୀ ୩୧ ଯାଏଁ ଚାଲିବ ଟଙ୍କା ଫେରସ୍ତ ପ୍ରକ୍ରିୟା । ସମସ୍ତ କ୍ଷୁଦ୍ର ଜମାକାରୀ ଏହାର ସୁଯୋଗ ନେବାକୁ ଅର୍ଥ ବିଭାଗ ତରଫରୁ ବିଜ୍ଞପ୍ତିରେ କୁହାଯାଇଛି । ତଦନ୍ତ କମିଶନ ସୁପାରିଶ କରିଥିବା ଓ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଅର୍ଥାତ ଯେଉଁମାନେ ୧୦ ହଜାର ଟଙ୍କା ଯାଏଁ ଜମା କରିଥିଲେ ସେମାନେ ଏହି ସୁଯୋଗର ଲାଭ ଉଠାଇପାରିବେ । ଏହା ଛଡା ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀର ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା ଜମାକାରୀବି ଉପକୃତ ହେବେ । ଜମାକାରୀମାନେ ଆବଶ୍ୟକୀୟ କାଗଜପତ୍ର ସହିତ ଆରଆଇଙ୍କ ନିକଟରେ ଯୋଗାଯୋଗ କଲେ ୧୫ ଦିନ ମଧ୍ୟରେ ସେମାନଙ୍କ ଜମା ରାଶି ଫେରିପାଇବେ । ଅଧିକ ତଥ୍ୟ ପାଇଁ ସରକାରଙ୍କ ତରଫରୁ ୦୬୭୪୨୩୯୫୧୫୩ ଜାରି ହୋଇଛି ଯୋଗାଯୋଗ ନମ୍ବର ।ଏଥିପାଇଁ ଆଧାର କାର୍ଡ, ଭୋଟର କାର୍ଡ, ଡିଏଲ, ପାନ କାର୍ଡ, ମୂଳ ଜମା ରସିଦ, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଇତ୍ୟାଦି ଦାଖଲ କରିବାକୁ ହେବ।http://opid.odisha.gov.in ୱେବସାଇଟ୍ରେରେ ଜମାକାରୀଙ୍କ ତଥ୍ୟ ଉପଲବ୍ଧ ରହିଛି। ଜିଲ୍ଲା ସରକାରୀ ୱେବସାଇଟ୍ରେ ଫେରସ୍ତ ପାଇନଥିବା ଜମାକାରୀଙ୍କ ତାଲିକା ରହିଛି। କମ୍ପାନୀ ଆପ୍ଲିକେସନ୍ ନମ୍ଵର ଦେଇ ଏହି ୱେବସାଇଟ୍ରେ ଆବେଦନ ପତ୍ରର ସ୍ଥିତି ସମ୍ପର୍କରେ ଯାଞ୍ଚ କରିପାରିବେ।
