ଅଣ୍ଡା ଖାଉଥିଲେ ସାବଧାନ, ହୋଇପାରେ କ୍ୟାନସର !

ଅଣ୍ଡାକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ କାରଣ ଶରୀରକୁ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ବ ଏଥିରେ ରହିଥାଏ। ଅଣ୍ଡା ହେଉଛି ପ୍ରୋଟିନର ଏକ ଶସ୍ତା, ସୁଲଭ ଏବଂ ନିର୍ଭରଯୋଗ୍ୟ ଉତ୍ସ। ତେବେ ଏକ ରିପୋର୍ଟ ଏହାରର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛି। ଆଉ ଅଣ୍ଡାକୁ ନେଇ ବିବାଦ ଚାଲିଛି। ସ୍ୱାସ୍ଥ୍ୟ ଉତ୍ପାଦ ଏବଂ ଖାଦ୍ୟ ସାମଗ୍ରୀର ବ୍ୟକ୍ତିଗତ ପରୀକ୍ଷା କରୁଥିବା ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଟ୍ରଷ୍ଟେଡ୍ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ଦାବି କରାଯାଇଛି ଯେ ଅଣ୍ଡା ନମୁନାରେ କର୍କଟ ସମ୍ପର୍କିତ ରାସାୟନିକ ପଦାର୍ଥ ମିଳିଛି। ଅଣ୍ଡାରେ କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଥିବା ଖବର ସୋସିଆଲ ମିଡିଆରେ ଶୀଘ୍ର ଭାଇରାଲ ହୋଇଗଲା, ଯାହା ଅନେକ ପ୍ରଶ୍ନ ଉଠାଇଛି |ରିପୋର୍ଟ ମୁତାବକ, ଅଣ୍ଡାରେ ନାଇଟ୍ରୋଫୁରଣ୍ଟୋଇନ୍ ନାମକ ଏକ ପଦାର୍ଥ ମିଳିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏପରିକି ଏହା ଯୋଗୁଁ କର୍କଟ ରୋଗ ହେବାର ସମ୍ଭାବନା ମଧ୍ୟ ବଢ଼ିଯାଏ। ତେବେ ଏହି ଖବର ଆସିବା ପରେ FSSAI ନାଇଟ୍ରୋଫୁରାଣ୍ଟୋଇନର ଅବଶିଷ୍ଟାଂଶ ଯାଞ୍ଚ କରିବା ପାଇଁ ବ୍ରାଣ୍ଡେଡ୍ ଏବଂ ନନବ୍ରାଣ୍ଡେଡ୍ ଅଣ୍ଡାର ନମୁନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ନମୁନାଗୁଡ଼ିକୁ ୧୦ଟି ଭିନ୍ନ ଲ୍ୟାବକୁ ପଠାଯିବ।

ଅଧିକ ପଢନ୍ତୁ