ନିଜକୁ ଗୁଳି କଲେ ପୂର୍ବତନ ପଞ୍ଜାବର ପୂର୍ବତନ ଆଇଜି

ପଞ୍ଜାବର ପୂର୍ବତନ ଆଇଜି ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅମର ସିଂହ ଚହଲ ସୋମବାର ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚହଲଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। କ’ଣ ପାଇଁ ସେ ଏଭଳି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ।ଅମର ସିଂହ ଚହଲଙ୍କ ଆତ୍ମହତ୍ୟା ପ୍ରୟାସ ସମ୍ପର୍କରେ ପଞ୍ଜାବ ଡିଜିପି ଗୌରବ ଯାଦବଙ୍କ ନିକଟରେ ୧୨ ପୃଷ୍ଠାର ଶେଷ ଆବେଦନ ସାମ୍ନାକୁ ଆସିଛି। ଅନଲାଇନ୍ ଠକମାନେ ତାଙ୍କୁ ୮ କୋଟି ଟଙ୍କା ଠକିଛନ୍ତି।ପୋଲିସ କହିଛି ଯେ ଘଟଣାସ୍ଥଳରୁ ଏକ ନୋଟ୍ ମିଳିଛି, ଯାହା ଦର୍ଶାଉଛି ଯେ ସେ ଆର୍ଥିକ ଠକେଇର ଶିକାର ହୋଇଛନ୍ତି । ଏହାର ବିସ୍ତୃତ ତଦନ୍ତ ଚାଲିଛି। ପଟିଆଲାର ବରିଷ୍ଠ ପୋଲିସ ଅଧିକ୍ଷକ ବରୁଣ ଶର୍ମା କହିଛନ୍ତି, “ଆମେ ଗୁଳିକାଣ୍ଡ ବିଷୟରେ ସୂଚନା ପାଇବା ମାତ୍ରେ ପୋଲିସ ଦଳ ତାଙ୍କ ଘରକୁ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା।”ସୂଚନାଯୋଗ୍ୟ, ଚହଲ ୨୦୧୫ରେ ଘଟିଥିବା ବେହବାଲ କଲାନ ଏବଂ କୋଟକାପୁରା ଗୁଳିକାଣ୍ଡ ମାମଲାରେ ଅଭିଯୁକ୍ତ ଥିଲେ। ଏହି ଦୁଇ ମାମଲାରେ ପୁଲିସ ଚହଲଙ୍କ ସମେତ ଅନ୍ୟ କେତେଜଣ ପୁଲିସ ଅଧିକାରୀଙ୍କ ନାମରେ ଚାର୍ଜଶିଟ୍ ଦାଖଲ କରିଥିଲା।

ଅଧିକ ପଢନ୍ତୁ