ଛାତ୍ରଛାତ୍ରୀଙ୍କ ନିଆରା ପ୍ରତିବାଦ । ୪ କିଲୋମିଟର ଚାଲି ଚାଲି ଗଲେ , ଜିଲ୍ଲାପାଳ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଆଗରେ ପାଠ ପଢ଼ିଲେ । ବିଦ୍ୟାଳୟ କୁ ବଞ୍ଚାଇବା ପାଇଁ ଏଭଳି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। ଏହି ଚିତ୍ର ସାମ୍ନାକୁ ଆସିଛି ଉଦଳା ଠାରେ ଚାଲିଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରୁ। ଗୋପବନ୍ଧୁନଗର ବ୍ଲକ ପୁରଡ଼ିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩୦ ଛାତ୍ର ଛାତ୍ରୀ ପାଠ ପଢ଼ନ୍ତି। ହେଲେ ପୂର୍ବରୁ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ନେଇ ଆନ୍ଦୋଳନ କରିବା ପରେ ତିନି ଗୋଟି ଅସ୍ଥାୟୀ ଶ୍ରେଣୀ ଗୃହ ତିଆରି କରାଯାଇଥିଲା। ଏବେ ଉକ୍ତ ବିଦ୍ୟାଳୟ ଭଙ୍ଗା ଯିବା ନେଇ ନୋଟିସ ଆସିବା ପରେ ଏହିଭଳି ନିଆରା ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ।ବିଦ୍ୟାଳୟ ଭାଙ୍ଗିଦେଲେ ଆମେ କେଉଁଠି ପଢ଼ିବୁ ବୋଲି ପ୍ରଶ୍ନ କରିବା ସହ ନିଷ୍ପତ୍ତି ପ୍ରତ୍ୟାହର ନହେଲେ ରାଜରାସ୍ତାରେ ପାଠ ପଢ଼ିବୁ ଚେତାବନୀ ଦେଇଛନ୍ତି ।
