ବଦଳିଲେ ଧଉଳି ଗଣ ଦୁଷ୍କର୍ମ ଘଟଣାର ତଦନ୍ତ କାରୀ ଅଧିକାରୀ

ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ । ବଦଳିଲେ ମାମଲାର ତଦନ୍ତକାରୀ ଅଧିକାରୀ । ଆଇୟୁସିଏଡବ୍ଲୁ ତଦନ୍ତ କରିବ, ତଦାରଖ କରୁଛି ସିଏଡବ୍ସୁ । କିନ୍ତୁ ଧଉଳି ଥାନା ପୋଲିସ ତଦନ୍ତରେ ସଦଯୋଗ କରିବ । ଧଉଳି ଥାନାରୁ ଦାୟିତ୍ୱ ହସ୍ତାନ୍ତର କଲେ ତଦନ୍ତକାରୀ ଅଧିକାରୀ । ପୂର୍ବରୁ ଧଉଳି ଥାନାଧିକାରୀ ସ୍ମୃତି ରଞ୍ଜନ ମହାନ୍ତି ଦାୟିତ୍ୱରେ ଥିଲେ। ବର୍ତ୍ତମାନ ଏହି ଦାୟିତ୍ବ ଡିସିପି ହେଡକ୍ବାଟରର ଏଡିସିପି ଆରତୀ ଗିରିଙ୍କୁ ଦିଆଯାଇଛି । ଡିସେମ୍ବର ୧୦ ତାରିଖ ସଂଧ୍ୟାରେ ଏହି ଲୋମହର୍ଷଣକାରୀ ଗଣଦୁଷ୍କର୍ମ ହୋଇଥିଲା। ଧଉଳି ଶାନ୍ତି ସ୍ତୁପ ଦର୍ଶନ କରି ଫେରିବା ବେଳେ ନାବାଳିକା ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ୧୧ ତାରିଖରେ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ୧୬ ରେ ଏହାକୁ ରେଡ୍ ଫ୍ଲାଗ ମାମଲା ଘୋଷଣା କରିଥିଲା କମିଶନରେଟ ପୋଲିସ। କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର ହୋଇଥିଲା। ଶୀଘ୍ର ନ୍ୟାୟ ପାଇଁ ଫାଷ୍ଟ ଟ୍ରାକ କୋର୍ଟରେ ଚାଲିବ ମାମଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପି ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଜୋକର ହାଫିର ଆଉ ୨ ସହଯୋଗୀ ଏବେବି ଫେରାର ଅଛନ୍ତି।

ଅଧିକ ପଢନ୍ତୁ